ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଆଜି ଥିଲା ଷଷ୍ଠ ଦିନ। କୃଷ୍ଣଙ୍କୁ ନିହତ କରିବା ପାଇଁ କଂସ ମହାରାଜା ଆଜି ମଥୁରାରରେ ରଙ୍ଗସଭା ଆୟୋଜନ କରିଥିଲେ। ଏଥିରେ ଜରାସନ୍ଦ, ବାଣାସୁର, ଶିଶୁପାଳ, ନାରକା, କୁଣ୍ଡ୍ରେକ, ବଜ୍ରସେନ, ବଜ୍ରନାଭଙ୍କୁ ଡାକି କଂସ ମହାରାଜା ଆଲୋଚନା କରିଥିଲେ।

ଗୋପପୁରରେ ମଧ୍ୟ କୃଷ୍ଣଙ୍କ ଲୀଳାଖେଳା ଚାଲିଛି। ଷଷ୍ଠ ଦିନରେ ଗୋପପୁରରେ ନଦୀ ପଠାରେ ଗୋପୀମାନଙ୍କ ବସ୍ତ୍ର ହରଣ କରିଛନ୍ତି। ଏହାକୁ ଦେଖିବା ପାଇଁ ଉଭୟ ମଥୁରା ଏବଂ ଗୋପପୁରରେ ପ୍ରବଳ ଜନସମାଗମ ହୋଇଥିଲା।

ଲୋକମଣ୍ଡପଠାରେ ଚାଲିଥିବା ସାଂସ୍କୃତି କାର୍ଯ୍ୟକ୍ରମକୁ ଦର୍ଶକମାନେ ଉପଭୋଗ କରିଥିଲେ।

ସପ୍ତମ ଦିନରେ ଧନୁଯାତ୍ରା ଦେଖିବା ପାଇଁ କୃଷ୍ଣ-ବଳାରାମଙ୍କୁ ମଥୁରାକୁ ଆଣିବା ଲାଗି କଂସ ଅକ୍ରୁରଙ୍କୁ ପଠାଇବେ।

Comment