ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟ୍ରେନରେ ଯାତ୍ରା କରିବାକୁ ହେଲେ ଯାତ୍ରୀମାନଙ୍କୁ ଟିକେଟ କରିବାକୁ ପଡ଼ିଥାଏ। କିନ୍ତୁ ଭାରତରେ ଏଭଳି ସ୍ଥାନ ରହିଛି ଯେଉଁଠି ଯାତ୍ରୀମାନେ ମାଗଣାରେ ପ୍ରତିଦିନ ଟ୍ରେନରେ ଯାତ୍ରା କରୁଛନ୍ତି। ଏଭଳି ଘଟଣା ମଧ୍ୟ ବିଶ୍ୱରେ ପ୍ରଥମ। ଭାରତରେ ବିଶ୍ୱର ପ୍ରଥମ ମାଗଣା ଟ୍ରେନ ଚାଲୁଛି।

ହିମାଚଳପ୍ରଦେଶ ଏବଂ ପଞ୍ଜାବ ବର୍ଡରରେ ଥିବା ନଙ୍ଗଲରୁ ଭାକ୍ରା ଡ୍ୟାମ୍ ପର୍ଯ୍ୟନ୍ତ ଟ୍ରେନରେ ଯାଉଥିବା ଯାତ୍ରୀ ପ୍ରତିଦିନ ମାଗଣାରେ ଯାତ୍ରା କରୁଛନ୍ତି। ଦେଶର ସବୁଠୁ ବଡ଼ ଭାକ୍ରା-ନଙ୍ଗଲ ଡ୍ୟାମ କିଭଳି ନିର୍ମାଣ ହୋଇଛି ସେ ସମ୍ପର୍କରେ ଆଗାମୀ ପିଢ଼ିଙ୍କୁ ଜଣାଇବା ପାଇଁ ମାଗଣା ଟ୍ରେନ ଚାଲୁଥିବା କୁହାଯାଉଛି।

ଟ୍ରେନରେ କ’ଣ ରହିଛି ସ୍ୱତନ୍ତ୍ରତା

୨୫ଟି ଗାଁର ଲୋକ, ଛାତ୍ରଛାତ୍ରୀ ପ୍ରତିଦିନ ଏହି ଟ୍ରେନରେ ଯାତ୍ରା କରିଥାନ୍ତି। ୧୯୪୯ରେ ଆରମ୍ଭ ହୋଇଥିବା ଏହି ଟ୍ରେନସେବା ନଙ୍ଗଲ ଡ୍ୟାମ ପର୍ଯ୍ୟନ୍ତ ପ୍ରତିଦିନ ଦୁଇଥର ଯାତ୍ରା କରୁଛି। ଟ୍ରେନର ସମସ୍ତ ଝରକା କାଠରେ ତିଆରି ହୋଇଥିବାବେଳେ ଏଥିରେ ହକର କି ଟିଟିଇ ନଥାନ୍ତି।

ପ୍ରତିବର୍ଷ ଟ୍ରେନ ପାଇଁ ସ୍ୱତନ୍ତ୍ର ବଜେଟ

ଡ୍ୟାମ୍ ନିର୍ମାଣରେ ଏହି ଟ୍ରେନର ମୁଖ୍ୟ ଅବଦାନ ରହିଛି। ଆରମ୍ଭରୁ ଏହି ଟ୍ରେନରେ ୧୦ଟି ବଗି ଥିଲା । ଡ୍ୟାମ ପାଇଁ ଜମିଅଧିଗ୍ରହଣ ସମୟରେ ଲୋକଙ୍କୁ ସବୁବେଳେ ମାଗଣା ସୁବିଧା ଦିଆଯିବ ବୋଲି ସେସମୟରେ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେଇଥିଲା। ଏହି ଟ୍ରେନ ପାଇଁ ପ୍ରତିବର୍ଷ ବଜେଟ୍ ନିର୍ଦ୍ଧାରିତ ହୋଇଥାଏ। ୨୦୧୭-୧୮ ବର୍ଷରେ ପାଖାପାଖି ୫୭ ଲକ୍ଷ ଟଙ୍କାର ବଜେଟ ରଖାଯାଇଥିଲା।

Comment