ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍ ‘ଆଜିର ବଡ଼ ଖବର’।
ପରଲୋକରେ ପୂର୍ବତନ ମନ୍ତ୍ରୀ ଚୈତନ୍ୟ ପ୍ରସାଦ ମାଝି
ପୂର୍ବତନ ମନ୍ତ୍ରୀ ଚୈତନ୍ୟ ପ୍ରସାଦ ମାଝିଙ୍କ ପରଲୋକ ହୋଇଛି। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ସୋମବାର ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ବର୍ଷ ବୟସ ହୋଇଥିଲା। କିଛି ଦିନ ହେବ ତାଙ୍କର ଶରୀର ଅସୁସ୍ଥ ଥିଲା।
ଶ୍ରଦ୍ଧାଞ୍ଜଳି: ରାମଚନ୍ଦ୍ର ପ୍ରତିହାରୀ (୧୯୩୬-୨୦୧୯)
ବିଶିଷ୍ଟ ମଞ୍ଚ ଅଭିନେତା ରାମଚନ୍ଦ୍ର ପ୍ରତିହାରୀଙ୍କର ରବିବାର ଦିନ ହୃଦଘାତ ଯୋଗୁଁ ପୁରୀରେ ତାଙ୍କ ବାସଭବନରେ ଦେହାନ୍ତ ହୋଇଯାଇଛି। ଦୀର୍ଘଦିନ ଧରି ସେ ପୀଡ଼ିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା।
କଳାହାଣ୍ଡି ବୋଲୋକ ବ୍ରିଜ ନିକଟରେ ବସ୍ ଦୁର୍ଘଟଣା, ୨ ମୃତ
କଳାହାଣ୍ଡି ଜିଲ୍ଲା କେସିଙ୍ଗା ନିକଟସ୍ଥ ବୋଲୋକ ବ୍ରିଜଠାରେ ଏକ ମର୍ମନ୍ତୁଦ ବସ ଦୁର୍ଘଟଣା ହୋଇଛି। ସୋମବାର ଭୋର ୪.୩୦ ମିନିଟରେ ଶ୍ରୀଜଗନ୍ନାଥ ନାମକ ଏକ ଘରୋଇ ବସ ଖସିପଡ଼ିବା ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଏହାସହ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।
ଆଜିଠୁ ଯୁକ୍ତ ୨ ପ୍ରାକ୍ଟିକାଲ
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପାଠ୍ୟକ୍ରମର ପ୍ରାକ୍ଟିକାଲ ପରୀକ୍ଷା ଆଜିଠୁ ଆରମ୍ଭ ହୋଇଛି।
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆରମ୍ଭ ହେଲା ପ୍ରିପେଡ୍ ଟ୍ୟାକ୍ସି ସେବା
ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ରିପେଡ୍ ଟ୍ୟାକ୍ସି ସେବା ଆରମ୍ଭ ହୋଇଛି। ଯାତ୍ରୀମାନେ ବିମାନବନ୍ଦରରେ ଖୋଲାଯାଇଥିବା କାଉଣ୍ଟରକୁ ଯାଇ ଟ୍ୟାକ୍ସି ବୁକ୍ କରିପାରିବେ। ଏବଂ ସେଠାରୁ ଟ୍ୟାକ୍ସି ବୁକିଂ କରି ଗନ୍ତବ୍ୟସ୍ଥଳ ଯାଇପାରିବେ। ପ୍ରଥମ ୫କିଲୋମିଟର ପର୍ଯ୍ୟନ୍ତ ୨୧୦ଟଙ୍କା ଭଡ଼ା ରହିଛି। ଏହାପରେ କିଲୋମିଟର ପିଛା ଭଡ଼ା ଦେବାକୁ ପଡ଼ିବ।
ବିଧାୟକ ପଦ ଛାଡ଼ିଲେ ନବ ଦାସ
ନିକଟରେ କଂଗ୍ରେସରୁ ହାତ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ନବଦାସ ସୋମବାର ବାଚସ୍ପତିଙ୍କୁ ନିଜ ଇସ୍ତଫା ପତ୍ର ଦେଇଛନ୍ତି। ସେ ସୋମବାର ସକାଳେ ବାଚସ୍ପତି ପ୍ରଦୀପ ଅମାତଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କରିଛନ୍ତି।
ଲାଲୁଙ୍କୁ ଆଶ୍ଵସ୍ତି, ଆଇଆରସିଟିସି ମାମଲାରେ ମିଲିଲା ଜାମିନ
ଦିଲ୍ଲୀ ପଟିୟାଲା ହାଉସ୍ କୋର୍ଟଙ୍କଠାରୁ ଲାଲୁ ପ୍ରସାଦ ଯାଦବଙ୍କୁ ଆଶ୍ଵସ୍ତି ମିଳିଛି। ଚର୍ଚ୍ଚିତ ରେଲୱେ ଟେଣ୍ଡର (ଆଇଆରସିଟିସି) ଦୁର୍ନୀତି ମାମଲାରେ ସୋମବାର ଲାଲୁଙ୍କୁ ଜାମିନ୍ ଦେଇଛନ୍ତି କୋର୍ଟ। ଲାଲୁଙ୍କ ସମେତ ଏହି ମାମଲାରେ ତାଙ୍କ ପତ୍ନୀ ରାବ୍ରୀ ଦେବୀ ଓ ପୁଅ ତେଜସ୍ଵୀ ଯାଦବ ଓ ଅନ୍ୟମାନଙ୍କୁ ଜାମିନ ମିଳିଛି।
ପ୍ରତିରକ୍ଷା ମନ୍ତ୍ରୀ ଦେଖିଲେ ‘ଉରି’ ଦ ସର୍ଜିକାଲ ଷ୍ଟ୍ରାଇକ
ବିକି କୌଶଲଙ୍କ ଅଭିନୀତ ଫିଲ୍ମ ‘ଉରି’ ଦ ସର୍ଜିକାଲ ଷ୍ଟ୍ରାଇକର ଆୟ ବକ୍ସ ଅଫିସରେ ଜାରି ରହିଛି। ଫିଲ୍ମ ରିଲିଜ ହେବାର ୧୭ ଦିନ ପରେ ଦର୍ଶକଙ୍କ ଭିତରେ ଫିଲ୍ମକୁ ନେଇ ଉତ୍ସାହ ଦେଖାଯାଉଛି। ଏହି ଫିଲ୍ମ ପାଖାପାଖି ୧୫୦ କୋଟି ଟଙ୍କା ଆୟ କରିଛି।
କୋଇଡ଼ା ଗଣହତ୍ୟା ଉପରୁ ହଟିଲା ପରଦା! ଗୁଣି ସନ୍ଦେହରେ ୫ ଜଣଙ୍କୁ ନିର୍ମମ ହତ୍ୟା
ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବଡ଼ଇନ୍ଦୁପୁର ଗଣହତ୍ୟା ଉପରୁ ପରଦା ହଟିଛି। ଗୁଣିଗାରେଡି ସନ୍ଦେହରେ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଥିବା ପୋଲିସ କହିଛି। ଏହି ହତ୍ୟାକାଣ୍ଡରେ ସଂପୃକ୍ତ ୬ ଜଣଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତମାନେ ପୋଲିସ ଆଗରେ ଘଟଣାର ସତ କହିଛନ୍ତି।
ବାଙ୍କିରେ ନୂଆ ରାଜାଙ୍କ ରଜ୍ୟାଭିଷେକ
ମା’ ଚର୍ଚ୍ଚିକାଙ୍କ ଆଦ୍ୟସେବକ ବାଙ୍କି ରାଜା ସାମନ୍ତ ନାରାୟଣ ଶ୍ରୀଚନ୍ଦନ ମହାପାତ୍ରଙ୍କର ଗତ ସାଧାରଣତନ୍ତ୍ର ଦିବସ ଦିନ ୮୭ ବର୍ଷ ବୟସରେ ଦେହାନ୍ତ ଘଟିଛି। ସେହିଦିନ ସାମନ୍ତ ନାରାୟଣ ଶ୍ରୀଚନ୍ଦନ ମହାପାତ୍ରଙ୍କ ଜ୍ୟେଷ୍ଠପୁତ୍ର ଦୁର୍ଗାମାଧବ ଟିକାୟତଙ୍କର ବାଙ୍କିର ୨୭ତମ ରାଜାଭାବେ ରାଜ୍ୟାଭିଷେକ ହୋଇଛି।
ସୁଟିଂରେ ଗୋଲ୍ଡ ମେଡାଲ ପାଇଲେ ଓଡ଼ିଆ ଝିଅ ଶ୍ରୀୟଙ୍କା
ସୁଟିଂରେ ଓଡ଼ିଆ ଝିଅର କମାଲ। ଜର୍ମାନିର ମୁନିଚ୍ରେ ଖେଳାଯାଇଥିବା ଅନ୍ତର୍ଜାତୀୟ ରାଇଫଲ୍ ସୁଟିଂରେ ଓଡ଼ିଆ ଝିଅ ଶ୍ରୀୟଙ୍କା ଷଡଙ୍ଗୀ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏଚ୍ ଆଣ୍ଡ ଏନ୍ କପ୍ ଇଣ୍ଟରନ୍ୟାସନାଲ ଚାମ୍ପିୟନସିପ୍ର ମିକ୍ସ ଏୟାର ରାଇଫଲ୍ ବର୍ଗରେ ତାଙ୍କୁ ଗୋଲ୍ଡ ମେଡାଲ ମିଳିଛି। ଏହି ବର୍ଗରେ ଶ୍ରୀୟଙ୍କା ଓ ଅଖିଲ୍ ସୋରେନ୍ଙ୍କୁ ନେଇ ଗଠିତ ଟିମ୍ ଏହି ସଫଳତା ଲାଭ କରିଛନ୍ତି।
ବିଧାନସଭା ସ୍ୱାଧିକାର କମିଟିରେ ହାଜର ହେଲେ ଜଗି ପଣ୍ଡା
ବିଧାନସଭାର ସ୍ୱାଧିକାର କମିଟି ଆଗରେ ହାଜର ହେଲେ ମିଡିଆ ମହିଳା ଉଦ୍ୟୋଗୀ ଜଗି ମଙ୍ଗତ ପଣ୍ଡା। ଗତ ନଭେମ୍ବର ୧୯ ତାରିଖରେ ବିଧାନସଭା ସମ୍ପର୍କିତ ଏକ ଖବର ପ୍ରସାରଣକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଜଗିଙ୍କ ମାଲିକାନାରେ ଚାଲିଥିବା ଟିଭି ଚ୍ୟାନେଲ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଥିଲେ।
ଏଣିକି ଅନ୍ତର୍ଜାତୀୟ ମ୍ୟାଚ୍ରେ ବୋଲିଂ କରିପାରିବେନି ଅମ୍ବାତି ରାୟୁଡୁ
ଟିମ୍ ଇଣ୍ଡିଆର ଅଲ୍ରାଉଣ୍ଡର୍ ଅମ୍ବାତି ରାୟୁଡୁଙ୍କୁ ଝଟ୍କା। ସୋମବାର ଆଇସିସି ପକ୍ଷରୁ ରାୟୁଡୁଙ୍କୁ ଅନ୍ତର୍ଜାତୀୟ କ୍ରିକେଟରେ ବୋଲିଂ କରିବାରୁ ନିଲମ୍ବନ କରାଯାଇଛି। ଏଣିକି ସେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ରେ ବୋଲିଂ କରିପାରିବେ ନାହିଁ। ସୋମବାର ଆଇସିସି ଟୁଇଟ୍ କରି ଏହି ସୂଚନା ଦେଇଛି।
ଆଲବମ୍ କୁଇନ୍ ସେଲଫି ବେବୋ ହତ୍ୟାକାଣ୍ଡ, ରିମାଣ୍ଡରେ ବୟଫ୍ରେଣ୍ଡ
ବହୁ ଚର୍ଚ୍ଚିତ ସମ୍ବଲପୁରୀ ଆଲ୍ବମ୍ କୁଇନ୍ ସିମରନ୍ ସିଂ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ତାଙ୍କ ବୟଫ୍ରେଣ୍ଡ ଧ୍ରୁବରାଜ ସୁନା ଓରଫ୍ ୟୁଗ୍କୁ ୫ଦିନିଆ ରିମାଣ୍ଡରେ ନେଇଛି ପୋଲିସ। ସୋମବାରଠାରୁ ଧ୍ରୁବରାଜକୁ ପୋଲିସ୍ର ତିନୋଟି ସ୍ୱତନ୍ତ୍ର ଟିମ୍ ମାରାଥନ ଜେରା କରୁଛନ୍ତି। ହତ୍ୟାକାଣ୍ଡର କାରଣ ଓ ଏହି ମାମଲାରେ ଅନ୍ୟମାନଙ୍କ ସଂପୃକ୍ତିକୁ ନେଇ ସତ ଓଗାଳିବାକୁ ଛାନ୍ବିନ୍ ଚଳାଇଛି।
ଫେବ୍ରୁଆରିରେ ପ୍ରିୟଙ୍କା ଆସିବେ ଓଡ଼ିଶା
ପ୍ରିୟଙ୍କା ଗାନ୍ଧି ନିକଟରେ କଂଗ୍ରେସ ରାଜନୀତରେ ପ୍ରବେଶ କରିଛନ୍ତି। କଂଗ୍ରେସ ତରଫରୁ ତାଙ୍କୁ ଦଳର ସାଧାରଣ ସଂପାଦିକା ଭାବେ ନିଯୁକ୍ତ କରାଯାଇଛି। ସେ ସାଧାରଣ ସଂପାଦିକ ଭାବେ ନିଯୁକ୍ତ ହେବା ପରେ ଆସନ୍ତା ଫେବ୍ରୁଆରିରେ ଓଡ଼ିଶା ଗସ୍ତ କରିପାରନ୍ତି।
ରାହୁଲଙ୍କୁ ଜବାବ ଦେଲେ ନବୀନ – କହିଲେ, “ବିଲକୁଲ ବକୱାସ”
ରାହୁଲ ଗାନ୍ଧି ଭୁବନେଶ୍ୱର ତମାଣ୍ଡୋରେ ଯେଉଁ ଅଭିଯୋଗ ଆଣିଥିଲେ ସେଥିରେ ପ୍ରତିକ୍ରିୟା ରଖିଛନ୍ତି ନବୀନ ପଟ୍ଟନାୟକ। ରାହୁଲ ଯାହା କହିଛନ୍ତି ତାହା ବିଲକୁଲ ବକୱାସ ବୋଲି ଦିଲ୍ଲୀରେ କହିଛନ୍ତି ନବୀନ ପଟ୍ଟନାୟକ।











