ଓଡ଼ିଶାଲାଇଭ୍ ବ୍ୟୁରୋ

ମାର୍ଚ୍ଚ ୨୩ ସକାଳର ଗୁରୁତ୍ୱପୂର୍ଣ୍ଣ ଖବର ଜାଣନ୍ତୁ ସଂକ୍ଷେପରେ

  • ତିନିଦିନିଆ ଓଡ଼ିଶା ଗସ୍ତ ଶେଷ କରି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କ ଧର୍ମପତ୍ନୀ ସବିତା କୋବିନ୍ଦ
  • ଗାନ୍ଧିଜୀଙ୍କ ଓଡ଼ିଶା ଆସିବାର ଏକ ଶତ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ବିଧାନସଭାରେ ହେବ ସ୍ୱତନ୍ତ୍ର ଆଲୋଚନା
  • କମନ ମ୍ୟାନେଜମେଣ୍ଟ ଆଡ୍‌ମିସନ ଟେଷ୍ଟ ତାରିଖ ଘୋଷିତ, ମାର୍ଚ୍ଚ ୩୧ରେପରୀକ୍ଷା ଦେବେ ପିଲା
  • ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ତାରିଖ ଘୋଷଣା ହେଲା, ମେ ୨୩ରେ ହେବ ପ୍ରାଥମିକ ପରୀକ୍ଷା
  • ୨୦୨୦ ବର୍ଷରେ ରାଜ୍ୟରେ ୨୯୮୪ଟି ଦୁଷ୍କର୍ମ ଘଟଣା ପଞ୍ଜିକୃତ ହୋଇଛି କହିଲେ ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର
  • ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଯୁଗ୍ମ ଭାବରେ ପାଇଛନ୍ତି ଦୁଇ ଓଡ଼ିଆ ଫିଲ୍ମ ‘ଶଳା ବୁଢ଼ାର ବଦଲା ଓ କାଲିର ଅତୀତ’
  • ଓଡ଼ିଶାରେ ୭୬ ଆଇଏଏସ ଓ ସମାନ ସଂଖ୍ୟକ ଆଇପିଏସ ପଦବୀଖାଲି ପଡ଼ିଛି – ଗୃହରେ ତଥ୍ୟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ରାଜ୍ୟର ବିଶ୍ୱବିଦ୍ୟାଳୟ କ୍ୟାମ୍ପସଗୁଡ଼ିକରେ କରୋନା ତାଣ୍ଡବ, ବୁର୍ଲା ଭିସୁଟ ପରେ ଭୁବନେଶ୍ୱର ଏକ୍ସାଇଏମବି କଣ୍ଟେନମେଣ୍ଟ ଜୋନରେ
  • କରୋନା ଉପରେ ତୀକ୍ଷ୍ଣ ନଜର, ବାହାରୁ ଆସୁଥିବା ଲୋକଙ୍କ ପରୀକ୍ଷା ବାଧ୍ୟତାମୂଳକ କଲା ଗଞ୍ଜାମ ପ୍ରଶାସନ
  • ଲିଙ୍ଗରାଜ ମନ୍ଦିରର ଜଣେ ସେବାୟତ ଓ ତାଙ୍କ ପରିବାରର ତିନି ସଦସ୍ୟ କରୋନା ଆକ୍ରାନ୍ତ ହୋଇଥିବା କହିଲା ବିଏମସି

Comment