ଓଡ଼ିଶାଲାଇଭ୍ ବ୍ୟୁରୋ

ବିକି କୌଶଲଙ୍କ ଅଭିନୀତ ଫିଲ୍ମ ‘ଉରି’ ଦ ସର୍ଜିକାଲ ଷ୍ଟ୍ରାଇକର ଆୟ ବକ୍ସ ଅଫିସରେ ଜାରି ରହିଛି। ଫିଲ୍ମ ରିଲିଜ ହେବାର ୧୭ ଦିନ ପରେ ଦର୍ଶକଙ୍କ ଭିତରେ ଫିଲ୍ମକୁ ନେଇ ଉତ୍ସାହ ଦେଖାଯାଉଛି। ଏହି ଫିଲ୍ମ ପାଖାପାଖି ୧୫୦ କୋଟି ଟଙ୍କା ଆୟ କରିଛି।

ସର୍ଜିକାଲ ଷ୍ଟ୍ରାଇକ ଉପରେ ଆଧାରିତ ଏହି ଫିଲ୍ମକୁ ଦେଖିବା ପାଇଁ ସିନେମା ହଲରେ ପହଞ୍ଚିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ଫିଲ୍ମ ଦେଖିବା ପରେ କଳାକାରଙ୍କୁ ଖୁବ୍‌ ପ୍ରଂଶସା କରିଛନ୍ତି ସେ। ଦେଶଭକ୍ତି ଓ ଦେଶପ୍ରେମ ଆଧାରିତ ଫିଲ୍ମ ଜୋସ୍‌କୁ ଦୁଇ ଗୁଣା ବଢ଼ାଇ ଦେଇଥାଏ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ।

ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନେତା ବିକି କୌଶଳ ନଜର ଆସିଛନ୍ତି। ବିକିଙ୍କ ବ୍ୟତୀତ ଫିଲ୍ମରେ ପରେଶ ରାୱଲ, ଅଭିନେତ୍ରୀ ୟମି ଗୌତମ ଅଭିନୟ କରିଛନ୍ତି।

୨୦୧୬ରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ଉପରେ ଫିଲ୍ମର ସମ୍ପୂର୍ଣ୍ଣ କାହାଣୀ ଆଧାରିତ।

Comment