ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତିବର୍ଷ ଫେବ୍ରୁଆରି ୧୪ ତାରିଖରେ ଭାଲେଣ୍ଟାଇନ୍ ଡେ’ ପାଳନ ହେଉଥିବା ସମେସ୍ତ ଜାଣିଛନ୍ତି। କିନ୍ତୁ ବିଶ୍ୱରେ ଏଭଳି ଦେଶ ଅଛି ଯେଉଁଠି ପ୍ରତି ମାସରେ ଭାଲେଣ୍ଟାଇନ୍ ଡେ ପାଳନ ହେଉଛି। ଏହି ଦେଶର ନାଁ ହେଉଛି ଦକ୍ଷିଣ କୋରିଆ। ପ୍ରତିମାସ ୧୪ ତାରିଖରେ ଏଠାରେ ‘ରୋମାଣ୍ଟିକ୍ ଡେ’ ପାଳନ ହୁଏ।  ଏହି ଦେଶରେ ପ୍ରେମିକା ଏବଂ ପତ୍ନୀମାନେ ତାଙ୍କ ସ୍ୱାମୀକୁ ଗିଫ୍ଟ ଦେଇଥାନ୍ତି। ମାତ୍ର ଯୁବକ ଏବଂ ସ୍ୱାମୀମାନେ ଏହି ଗିଫ୍ଟର ତିନିଗୁଣା ଅଧିକ ଟଙ୍କା ନିଜ ପ୍ରେମିକା ବା ପତ୍ନୀଙ୍କ ପଛରେ ଖର୍ଚ୍ଚ କରିଥାନ୍ତି।

ଏହାଛଡ଼ା ଏହି ଦେଶର ଲୋକେ ପୂଜା ପାଠ କରିବା ସହ ଖୁବ ଆତ୍ମବିଶ୍ୱାସୀ। ୪ ନମ୍ବର ସଂଖ୍ୟାକୁ ଦକ୍ଷିଣ କୋରିଆର ଲୋକ ଭୟ କରିଥାନ୍ତି। ଚାରି ଶବ୍ଦ କହିଲାବେଳେ ମୃତ୍ୟୁ ଶବ୍ଦ ଆରମ୍ଭ ହେଉଥିବାରୁ ଏହି ଶବ୍ଦ କହିବାକୁ ପସନ୍ଦ କରିନଥାନ୍ତି।

ଖାଲି ସେତିକି ନୁହେଁ ଏହି ଦେଶରେ କାହାର ଚାରି ମହଲା ବିଲ୍ଡିଂ ଥିବା ଦେଖିବାକୁ ମିଳିନଥାଏ। ହସ୍ପିଟାଲ, ସ୍କୁଲ କି ଅଫିସ ହେଉ ଚାରି ମହଲା ହୋଇନଥାଏ। ଭାରତ ଭଳି ଦକ୍ଷିଣ କୋରିଆ ମଧ୍ୟ ଅଗଷ୍ଟ ୧୫ରେ ସ୍ୱାଧୀନତା ହାସଲ କରିଥିଲା। ୧୯୪୫ ମସିହା ଅଗଷ୍ଟ ୧୫ରେ ଦକ୍ଷିଣ କୋରିଆ ଜାପାନ ଠାରୁ ଅଲଗା ହୋଇ ସ୍ୱତନ୍ତ୍ରତା ହାସଲ କରିଥିଲା।

Comment