ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମେରିକାରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଫେବ୍ରୁଆରି ମାସ ଆରମ୍ଭରୁ କିଛି ସ୍ଥାନରେ ମାଇନସ୍ ୪୦ ଡିଗ୍ରୀ ତଳେ ରହିଛି ପାରଦ। ଏହା ପୂର୍ବରୁ ଜଣେ ମହିଳା ମୁଣ୍ଡ ଧୋଇବା ସମୟରେ ତାଙ୍କ କେଶ ଗୁଡ଼ିକରେ ବରଫ ଜମି ଯାଇଥିବା ଚିତ୍ର ବେଶ ଭାଇରାଲ ହୋଇଥିଲା। ଏବେ କିନ୍ତୁ ଆମେରିକାର ଉତ୍ତର ପଶ୍ଚିମ ମୋଟାନା ସହରର କାଲିସ୍ପେଲରେ ଆଉ ଏକ ଘଟଣା ଘଟିଛି। ବରଫରେ ଜମି ଯାଇଥିବା ଏକ ବିଲେଇର ଚିତ୍ର ଭାଇରାଲ ହେବାରେ ଲାଗିଛି। ଫେସବୁକ ପେଜ୍‌ରେ ଏହି ଫଟୋକୁ ସେୟାର କରାଯାଇଛି।

ପ୍ରବଳ ଥଣ୍ଡାରେ ବିଲେଇ ଦେହରେ ବରଫର ଆସ୍ତରଣ ଜମିଯାଇଥିଲା। ଆଖି ଛାଡ଼ି ଶରୀର ଚାରିଆଡ଼େ ବରଫ ଜମି ରହିଥିଲା। ଏପରିକି ବିଲେଇ ବଞ୍ଚିଥିବାର କେହିଁ ଭାବିନଥିଲେ। କିନ୍ତୁ ଜଣେ ବ୍ୟକ୍ତି ବିଲେଇକୁ ଉଦ୍ଧାର କରିଥିଲେ। ଉଦ୍ଧାର ସମୟରେ ବିଲେଇ ଶରୀରର ତାପାମାତ୍ରା ବହୁତ କମ ଥିଲା। ବିଲେଇର ଶରୀରକୁ ଗରମ ପବନ ଦ୍ୱାରା ଶୁଖାଯାଇଥିଲା।

ବରଫ କଢ଼ାଯିବାର କିଛି ଘଣ୍ଟା ପରେ ବିଲେଇ ପୂର୍ବ ଅବସ୍ଥାକୁ ଫେରିଥିଲା। ଏବେ ପୂରା ସୁସ୍ଥ ଅଛି ବିଲେଇ। ଫେସବୁକ ପୋଷ୍ଟ ପରେ ପାଖାପାଖି ସାଢ଼େ ୫ ହଜାର ଲାଇକ୍ସ ମିଳିଥିଲାବେଳେ ସାଢ଼େ ୪ ହଜାର ସେୟାର କରାଯାଇଛି।

Comment