ଓଡ଼ିଶାଲାଇଭ୍ ବ୍ୟୁରୋ

  • ଦେଶ ଛାଡ଼ି ପଳାଇଲେ କଲେ ଆଫଗାନ ରାଷ୍ଟ୍ରପତି
  • କାବୁଲ ବିମାନ ବନ୍ଦରରେ ବିକଳ ଚିତ୍ର
  • ଆଫଗାନ ସ୍ଥିତି ପାଇଁ ଆମେରିକା ଦାୟୀ – ଆଫାଗାନୀ ନାଗରିକ

ଆଫଗାନିସ୍ତାନରେ ଲାଗି ରହିଥିବା ଯୁଦ୍ଧ ସ୍ଥିତି ଥମି ଯାଇଛି। ଦିନକ ପୂର୍ବରୁ ଗୁଳିଗୋଳାରେ ଫାଟି ପଡୁଥିବା ଆଫଗାନରେ ଏବେ ସାମାନ୍ୟ ଶାନ୍ତ ମାହୋଲ ଦେଖା ଦେଇଛି। ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ୍ ଘନି ଦେଶ ଛାଡ଼ି ଯିବା ପରେ ତାଲିବାନ୍ ପକ୍ଷରୁ ଚାଲିଥିବା ଯୁଦ୍ଧ ଶେଷ ହୋଇଥିବା ନେଇ ସୂଚନା ମିଳିଛି।

ଆଫଗାନର ସବୁ ଜିଲ୍ଲାକୁ ଦଖଲ କରିବା ପରେ ରବିବାର ଦିନ ରାଜଧାନୀ କାବୁଲକୁ ନିଜ ଦଖଲରେ ନେବାକୁ ତାଲିବାନୀମାନେ ପହଞ୍ଚିଥିଲେ। ହେଲେ ଅନ୍ୟ ସହରଗୁଡ଼ିକ ପରି ଜୋରଜବରଦସ୍ତ ନ କରି ଶାନ୍ତିପୂର୍ଣ୍ଣ ଭାବେ ସେମାନେ କାବୁଲସ୍ଥିତ ରାଷ୍ଟ୍ରପତି ଭବନକୁ ଦଖଲ କରିଥିଲେ। ଏହାପରେ ଆଫଗାନ ରାଷ୍ଟ୍ରପତି ଅସରଫ୍ ଘନି ଦେଶ ଛାଡ଼ି ବିଦେଶ ପଳାୟନ କରିଥିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ପରେ ରାଷ୍ଟପତି ଘନି ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି କହିଥିଲେ, ରକ୍ତ ସଙ୍ଘର୍ଷକୁ ଏଡ଼ାଇବା ପାଇଁ ମୁଁ ପଦ ଛାଡ଼ି ଚାଲିଆସିଛି। ଯେଉଁଥିରୁ ସ୍ପଷ୍ଟ ହୋଇଥିଲା କି, ତାଲିବାନୀଙ୍କ ଆଗରେ ଆଫଗାନ୍ ସରକାର ହାର୍ ମାନିଯାଇଛନ୍ତି। ତେଣୁ ଆଫଗାନରେ ଯୁଦ୍ଧ ଶେଷ ହୋଇଛି ବୋଲି ତାଲିବାନ୍ ମୁଖପାତ୍ର ମହମ୍ମଦ ନାଦିମ କହିଛନ୍ତି।କାବୁଲ ବିମାନ ବନ୍ଦରରେ ସ୍ଥିତି ଅସମ୍ଭାଳ

ତାଲିବାନୀଙ୍କ କବ୍‌ଜାକୁ ଆଫଗାନିସ୍ତାନ ଯିବା ପରେ ଆଫଗାନରେ ଥିବା ବିଦେଶୀ ନାଗରିକମାନେ ନିଜ ନିଜ ରାଷ୍ଟ୍ରକୁ ଫେରିବା ପାଇଁ କାବୁଲ ବିମାନ ବନ୍ଦରରେ ଭିଡ଼ ଲଗାଇଛନ୍ତି। ଭିଡ଼ ଏପରି ହୋଇଛି ଯେ ଲୋକମାନଙ୍କୁ ସମ୍ଭାଳିବା କଷ୍ଟକର ହୋଇ ପଡ଼ିଛି। ଆଫଗାନରେ ଫସିଥିବା ଆମେରିକୀୟ ନାଗରିକମାନଙ୍କୁ ଦେଶକୁ ଫେରାଇ ନେବା ପାଇଁ ଆମେରିକା ସରକାର ସ୍ଵତନ୍ତ୍ର ବିମାନ ପଠାଇଛନ୍ତି। କିନ୍ତୁ ବିମାନ ବନ୍ଦରରେ ଭିଡ଼ ପାଇଁ ନାଗରିକମାନେ ଫେରିବାରେ ଅସୁବିଧା ହେଉଛି। ଫଳରେ ବିମାନ ବନ୍ଦରକୁ ସେନା ପଠାଇ ଫାଙ୍କା ଗୁଳି ଚାଳନା କରୁଛି ଆମେରିକା। ଅନ୍ୟପଟେ ବିମାନ ବନ୍ଦର ୫ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଦଳାଚକଟା କି ଗୁଳି ବାଜି ସେମାନଙ୍କ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇ ନାହିଁ। ହ୍ଵାଇଟ୍ ହାଉସ୍ ଆଗରେ ଆଫଗାନୀଙ୍କ ବିକ୍ଷୋଭ

ଆଫଗାନିସ୍ତାନ ଉପରେ ତାଲିବାନ୍ କବ୍‌ଜା କରିବାର ପ୍ରଭାବ ଆମେରିକା ଉପରେ ପଡ଼ିଛି। ଆମେରିକାରେ ବସବାସ କରୁଥିବା ଆଫଗାନ ନାଗରିକମାନେ ହ୍ଵାଇଟ୍ ହାଉସ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆଫଗାନର ସ୍ଥିତି ପାଇଁ ଆମେରିକା ଦାୟୀ ବୋଲି କହି ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ବିରୋଧରେ ଆଫଗାନ ନାଗରିକମାନେ ନାରାବାଜି ଚଳାଇଛନ୍ତି।

Comment