ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ନିର୍ମିତ ଏକ ରାପ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ବିଜେପିର ଟୁଇଟର ହ୍ୟାଣ୍ଡେଲରେ ଏହି ଭିଡିଓ ପ୍ରଥମେ ଟୁଇଟ ହୋଇଥିଲା। ଏହି ରାପଟି କେବଳ ମଜାଦାର ହୋଇଛି ତାହା ନୁହେଁ ଏହାରି ଜରିଆରେ ମୋଦିଙ୍କ ୫ ବର୍ଷର ସଫଳତା କଥା ବି କୁହାଯାଇଛି।

ରାପ ଭିଡିଓର ଶୀର୍ଷକ ହେଉଛି  ‘ବନ୍ଦା ଆପନା ସହି ହୈ(ପୁଅ ଆମର ଠିକ୍)। ଗତ ୫ ବର୍ଷ ମଧ୍ୟରେ ମୋଦି ସରକାର ଦେଶ ପାଇଁ କ’ଣ କରିଛନ୍ତି ପ୍ରଶ୍ନ ଉତ୍ତର ଛଳରେ ଏହି ଭିଡ଼ିଓ ପ୍ରସ୍ତୁତ କରାଯାଇଛି। ଆରମ୍ଭରେ କେତେକ ପ୍ରଶ୍ନ ପଚାରାଯାଇଛି ଓ ଶେଷରେ ତାର ଧାଡ଼ିକିଆ ଉତ୍ତର ବି ଦିଆଯାଇଛି।

କିଏ ଦେଶକୁ ଚଳାଇବାର ଢାଞ୍ଚା ବଦଳାଇଲା?
ସାଧାରଣ ଲୋକର ସାହସ କିଏ ବଢ଼ାଇଲା?
ହିନ୍ଦୁସ୍ତାନୀଙ୍କୁ ଜୋରରେ ଦୌଡ଼ିବା କିଏ ଶିଖାଇଲା?
କିଏ ଦୁନିଆରେ ଭାରତର ମୁଣ୍ଡ ଉପରକୁ ଉଠାଇଲା?
ଇତ୍ୟାଦି ଇତ୍ୟାଦି…

ଏହି ଭିଡିଓରେ ସର୍ଜିକାଲ ଷ୍ଟ୍ରାଇକ, ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ, ଉଜ୍ଜ୍ଵଳା ଯୋଜନା, ସ୍ଵଛ ଭାରତ ଅଭିଯାନ ଇତ୍ୟାଦି କଥା ମଧ୍ୟ ରହିଛି। ଖାଲି ସେତିକି ନୁହେଁ ମୋଦିଙ୍କ ଯୋଗ ପ୍ରେମ, ଟେକ୍ନୋଲୋଜି ପ୍ରତି ଥିବା ଦୁର୍ବଳତା କଥା ବି କୁହାଯାଇଛି। ରାପ ଭିଡିଓଟିରେ ‘ଉରି’ ଫିଲ୍ମର ସେହି ଡାଇଲଗ ‘ହାଉ ଇଜ ଦ ଜୋସ… ଜୟ ହିନ୍ଦ’କୁ ବି ସ୍ଥାନ ମିଳିଛି।

Comment