ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

“ଚୌକିଦାର ଚୋର ନୁହେଁ Pure, ଆମେ ଜିତିବୁ Sure, ଆମେ ଆସିଲେ ସବୁ ସମସ୍ୟାର କରିବୁ Cure”, ଗୃହ ମନ୍ତ୍ରୀ ରାଜନାଥ ସିଂହ।

ଭଦ୍ରକର ରାଣୀତାଲରେ ବୁଥସ୍ତରୀୟ ଦଳୀୟ କର୍ମୀଙ୍କ ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି ଗୃହ ମନ୍ତ୍ରୀ ରାଜନାଥ ସିଂହ । ଉଭୟ କଂଗ୍ରେସ ଓ ବିଜେଡି ସରକାରଙ୍କ ଉପରେ ବର୍ଷିଛନ୍ତି ସେ। ଆୟୁଷ୍ମାନ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷି ଥିବା ବେଳେ କଂଗ୍ରେସକୁ କଟାକ୍ଷ କରିଛନ୍ତି ରାଜନାଥ।

ସଭାରେ ଭାଷଣ ଦେବ ପୂର୍ବରୁ ରାଜନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହା ପରେ ପୁଲୱାମା ସହିଦଙ୍କ ଉଦ୍ଦେଶ୍ୟ ନିରବ ପ୍ରାର୍ଥନା କରି ଆରମ୍ଭ କରିଥିଲେ ନିଜ ଉଦ୍‌ବୋଧନ। ସହିଦଙ୍କ ବଳିଦାନ କେବେ ବ୍ୟର୍ଥ ଯିବନି। ବର୍ତ୍ତମାନ ଦେଶ ଏକଜୁଟ ହୋଇଛି। ଆମେ ଏହାର ଦୃଢ ଜବାବ ଦେବା ବୋଲି ରାଜନାଥ କହିଥିଲେ।

ରାଜ୍ୟ ସରକାରଙ୍କୁ ଟାର୍ଗେଟ

ଆୟୁଷ୍ମାନ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଗୃହମନ୍ତ୍ରୀ। ଜାଣି ଶୁଣି ଆୟୁଷ୍ମାନ ଯୋଜନାକୁ ଓଡ଼ିଶାରେ ଲାଗୁ କରାଯାଉ ନାହିଁ ବୋଲି ସେ କହିଛନ୍ତି। ଚାଷୀଙ୍କୁ ସହାୟତା କରିବା ପାଇଁ କେନ୍ଦ୍ର ସରକାର ଆଗେଇ ଆସିଛନ୍ତି। କିନ୍ତୁ କେଉଁଠି ନା କେଉଠି ଅବହେଳା ଯୋଗୁଁ ଓଡ଼ିଶା ଆଜି ପଛୁଆ ଅଛି।

ଏହାସହ ସ୍ୱଧୀନତା ସଂଗ୍ରାମ କ୍ଷେତ୍ରରେ ଓଡ଼ିଶାର ଅବଦାନକୁ ସ୍ମରଣ କରିଥିଲେ ସେ। ଓଡ଼ିଶା ମାଟିରେ ହିଁ ସମ୍ରାଟ ଅଶୋକଙ୍କ ହୃଦୟ ପରିବର୍ତ୍ତନ ହୋଇଥିଲା ବୋଲି ଗୃହମନ୍ତ୍ରୀ ରାଜନାଥ ସିଂହ କହିଥିଲେ।

କଂଗ୍ରେସକୁ କଟାକ୍ଷ କଲେ ଗୃହମନ୍ତ୍ରୀ

ସମୟ ଥିଲା କଂଗ୍ରେସ ପାଖରେ କ୍ଷମତା କେନ୍ଦ୍ରିଭୂତ ଥିଲା। ଭାରତ ସ୍ୱଧୀନତା ପାଇବାର ଦୀର୍ଘ ବର୍ଷ ପରେ ମଧ୍ୟ ଭାରତ ଗରିବୀର ଦେଶ ବୋଲି ଜଣାଯାଉଥିଲା। କିନ୍ତୁ ସମୟ ବଦଳିବା ସହ ବିଜେପି ଶାସନକୁ ଆସି ନିଜର  ନିଜର ପରାକାଷ୍ଠା ଦେଖାଇଛି। ୨୦୩୦ ସୁଦ୍ଧା ଭାରତ ବିଶ୍ୱର ୩ଟି ସ୍ଥାନ ଭିତରେ ରହିବ। ଦିନେ ନା ଦିନେ ଭାରତ ହିଁ ହେବ ବିଶ୍ୱଗୁରୁ। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ହିଁ ଭାରତ ହେବ ବିଶ୍ୱଗୁରୁ।

ଉଦ୍‌ବୋଧନ ଛଳରେ କଂଗ୍ରେସକୁ କଟାକ୍ଷ କରିଥିଲେ ରାଜନାଥ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚୌକିଦାର କହିବା ଉପରେ ବର୍ଷି କହିଲେ, “ଚୌକିଦାର ଚୋର ନୁହେଁ Pure, ଆମେ ଜିତିବୁ Sure, ଆମେ ଆସିଲେ ସବୁ ସମସ୍ୟାର କରିବୁ Cure”

Comment