ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଲୱାମା ଆକ୍ରମଣକୁ ନେଇ ୫ ଦିନ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେଇଥିବା ପ୍ରତିକ୍ରିୟାର କଡ଼ା ଜବାବ ଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ। ଭାରତକୁ ଭାଷଣ ନୁହେଁ, ପୁଲୱାମାରେ ଆତ୍ମଘାତୀ ବିସ୍ଫୋରଣ କରାଇଥିବା ଆତଙ୍କବାଦୀ ଦରକାର ବୋଲି ସେ କହିଛନ୍ତି। “ପାକିସ୍ତାନ ପ୍ରମାଣ କଥା କହୁଛି, ତେବେ ୨୦୦୮ ନଭେମ୍ବର ୨୮ ମୁମ୍ବାଇ ଆକ୍ରମଣର ପ୍ରମାଣକୁ କ’ଣ କରିଥିଲା ପାକିସ୍ତାନ”, କହିଛନ୍ତି ଅମରିନ୍ଦର ସିଂହ।


ଆଇଏସ୍‌ଆଇ ସାହାଯ୍ୟରେ ଜୈଶ ମୁଖ୍ୟ ମସୁଦ୍‌ ଅଜହର ଏହି ଆତଙ୍କୀ ଆକ୍ରମଣ କରାଉଛି। “ଇ୍ରମାନ ଖାନ ମସୁଦକୁ ଧରି ଭାରତକୁ ଦିଅନ୍ତୁ, ଯଦି ତୁମେ ନକରି ପାରିବ ତେବେ ଆମେ କରି ଦେଖାଇବୁ”, କହିଛନ୍ତି କ୍ୟାପଟେନ ଅମରିନ୍ଦର ସିଂହ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଙ୍ଗଳବାର ଏକ ପ୍ରେସ ମିଟ କରି ପୁଲୱାମା ଆକ୍ରମଣକୁ ଉପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଥିଲେ। ଭାରତ ପାକିସ୍ତାନ ଉପରେ ମିଥ୍ୟା ଆରୋପ ଲଗାଉଥିବା ସେ କହିଥିଲେ। ଯଦି ଭାରତ ଆକ୍ରମଣ କରେ ତେବେ ପାକ୍‌ ଏହାର ଜବାବ ଦେବ ବୋଲି ସେ ଏକ ପ୍ରେସ ମିଟରେ କହିଥିଲେ।

Comment