ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରୁ ବାଦ ପଡ଼ିଲେ ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ବ୍ୟାକ୍‌ ଇଞ୍ଜୁରୀ କାରଣରୁ ପୂରା ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି ପାଣ୍ଡ୍ୟା। ଏନେଇ ବିସିସିଆଇ ଟୁଇଟ୍‌ ଜରିଆରେ ସୂଚନା ଦେଇଛି। ଦଳର ସବୁଠାରୁ ଭଲ ଖେଳାଳୀକୁ ହରାଇ ଟିମ୍‌ ଇଣ୍ଡିଆ କଙ୍ଗାରୁ ଦଳକୁ କିପରି ସାମ୍ନା କରିବ ସେନେଇ ପ୍ରଶ୍ନବାଚୀ।

ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ସିରିଜ। ୨ଟି ଟି-୨୦ ଓ ୫ଟି ଦିନିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜରୁ ଘରୋଇ ଟିମ୍‌କୁ ଲାଗିଛି ଜବରଦସ୍ତ ଝଟ୍‌କା।

ଦଳର ସବୁଠାରୁ ଭଲ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି। ପାଣ୍ଡ୍ୟାଙ୍କ ବଦଳ ଅଷ୍ଟ୍ରେଲିଆ ଦିନିକିଆ ଶୃଙ୍ଖଳାରେ ରବୀନ୍ଦ୍ର ଜାଡେଜାଙ୍କୁ ସାମିଲ କରାଯାଇଛି। ବର୍ତ୍ତମାନ ପାଣ୍ଡ୍ୟାଙ୍କ ଅବସ୍ଥା ଗୁରୁତର ଥିବାରୁ ଆଗକୁ ଥିବା ବିଶ୍ୱକପ୍‌ରେ ସେ ଖେଳିବେ କି ନାହିଁ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Comment