ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଗତବର୍ଷ ଆଜିର ଦିନରେ ବଲିଉଡରୁ ଆସିଥିଲା ଏକ ଦୁଃଖଦ ଖବର। ଯେଉଁ ଖବର ପୂରା ଦେଶକୁ ଗମ୍ଭୀର କରିଦେଇଥିଲା। ଗତବର୍ଷ ଆଜିର ଦିନରେ ଅଭିନେତ୍ରୀ ଶ୍ରୀଦେବୀ ଆମ ସମସ୍ତଙ୍କୁ ଛାଡ଼ି ଚାଲିଯାଇଥିଲେ।

ଏହି ଖବର ସମସ୍ତ କଳାପ୍ରେମୀଙ୍କୁ ଦୁଃଖ ଦେଇଥିଲା। ଆଜି ଶ୍ରୀଦେବୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଝିଅ ଜାହ୍ମବୀ କପୁର ନିଜ ମାଙ୍କ ବାବଦରେ ଏମିତି କିଛି କଥା ଶେୟାର କରିଛନ୍ତି ଯାହାକୁ ପଢ଼ିଲେ ଯେ କେହି ବି ଇମୋସନାଲ ହୋଇଯିବ।

ଜାହ୍ମବୀ ନିଜ ଇନଷ୍ଟାଗ୍ରାମ ପେଜରେ ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି କି,’’ମୋ ହୃଦୟ ସବୁବେଳେ ଆପଣଙ୍କୁ ମିସ୍‌ କରିବ କିନ୍ତୁ ମୁଁ ସବୁବେଳେ ହସିବି କାରଣ ଏଥିରେ ଆପଣ ରହିଥାନ୍ତି। ’’

 

View this post on Instagram

 

My heart will always be heavy. But I’ll always be smiling because it has you in it.

A post shared by Janhvi Kapoor (@janhvikapoor) on

 ଫଟୋକୁ ଦେଖି ଏମିତି ଲାଗୁଛିକି ଜାହ୍ମବୀ ଶ୍ରୀଦେବୀଙ୍କ ହାତକୁ ଧରିଛନ୍ତି ଏବଂ ସେ ନିଜ ମାଙ୍କ ସହ କ୍ଲୋଜ ଥିଲେ।

ଶ୍ରୀଦେବୀଙ୍କୁ ବଲିଉଡ୍‌ରେ ପ୍ରଥମ ମହିଳା ସୁପରଷ୍ଟାର କୁହାଯାଇଥାଏ। ୨୪ଫେବ୍ରୁଆରି ୨୦୧୮ ମସିହାରେ ଦୁବାଇର ଏକ ହୋଟେଲରେ ୫୪ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା।

Comment