ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ମାଟ୍ରିକ୍‌ ପରୀକ୍ଷାର ଚତୁର୍ଥ ଦିନ। ଚତୁର୍ଥ ଦିନରେ ଗଣିତ ପ୍ରଶ୍ନପତ୍ରର ସେଟ୍‌ ଡି ଭାଇରାଲ ହେବା ଘଟଣାରେ ୩ ଜଣ ସସ୍‌ପେଣ୍ଡ ହୋଇଛନ୍ତି। କଳାହାଣ୍ଡି ପରମାନନ୍ଦ ଉଚ୍ଚ ବିଦ୍ୟାପୀଠର ଅଧୀକ୍ଷକଙ୍କୁ ସସ୍‌ପେଣ୍ଡ କରାଯାଇଛି। ଉକ୍ତ ବିଦ୍ୟାପୀଠର ପରୀକ୍ଷା ନିରୀକ୍ଷକ ଓ ରିଲିଭର୍‌ ମଧ୍ୟ ସସ୍‌ପେଣ୍ଡ କରାଯାଇଛି।

ଉକ୍ତ ସ୍କୁଲ୍‌ର ଏହି ତିନି ଅଧିକାରୀଙ୍କୁ ନିଲମ୍ବନ କରାଯିବା ସହ ଏମାନଙ୍କ ବିରୋଧରେ ଥାନାରେ ଏତଲା ବି କରାଯିବ। ଏନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଜାହାନ ଆରା ବେଗମ୍‌।

Comment