ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ ୪୧ ରନ୍‌ରେ ହାରିଛି।

ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ ୪୧ ରନ୍‌ରେ ହାରିଛି। ସୋମବାର ଆସାମ ବର୍ଷାପଡ଼ା ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଇଥିଲା। ମ୍ୟାଚରେ ଇଂଲଣ୍ଡ ମହିଳା ଟିମ୍‌ ଦମ୍‌ଦାର ବୋଲିଂ କରି ଘରୋଇ ଟିମ୍‌ ଇଣ୍ଡିଆକୁ ଧୂଳି ଛଟାଇଛନ୍ତି।

ମ୍ୟାଚର ଆରମ୍ଭରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୪ ୱିକେଟରେ ୧୬୦ ରନ୍ ସଂଗ୍ରହ କରିଥିଲା। ଜବାବରେ ଟିମ୍‌ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୧୯ ରନ୍ କରିବାକୁ ସକ୍ଷମ ହୋଇଥିଲା।

ମ୍ୟାଚର  ୪୧ ରନ୍‌ରେ ହିଁ  ଭାରତର ୪ ମୂଲ୍ୟବାନ ୱିକେଟର ପତନ ଘଟିଥିଲା। ଏହା ପରେ ମ୍ୟାଚ ଟିମ୍‌ ଇଣ୍ଡିଆ ହାତରୁ ଚାଲିଯାଇଥିଲା। ଭାରତୀୟ ଦଳର ଓପନର ହର୍ଲିନ୍ ଦେଓଲ (୮), ଅଧିନାୟକ ସ୍ମୃତି ମନ୍ଧାନା (୨), ଜେମିମା ରୋଡ୍ରିଗ୍ସ (୨) ଓ ମିତାଲି ରାଜ (୭) ରନ୍‌ କରି ପାଭିଲିୟନ୍‌କୁ ଫେରିଥିଲେ। ଦଳ ପକ୍ଷରୁ ଶିଖା ପାଣ୍ଡେ ସର୍ବାଧିକ ୨୩  ରନ୍‌ ସଂଗ୍ରହ କରିଥିଲେ।

ଅନ୍ୟପଟେ ଇଂଲଣ୍ଡ ଟିମ୍‌ର ଦମ୍‌ଦାର ବୋଲି ବଳରେ ଭାରତକୁ ୪୧ ରନ୍‌ରେ ହରାଇଛି ଟିମ୍‌ ଇଲଣ୍ଡ। ଇଂଲଣ୍ଡ ଦଳ ପକ୍ଷରୁ ଟାମି ବ୍ୟୁମଣ୍ଟଙ୍କ ୬୨ ରନ୍ କରିଥିବାରୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ପାଇଛନ୍ତି। ଗୁରୁବାର ଏହି ସିରିଜର ଦ୍ୱିତୀୟ ମ୍ୟାଚ ଖେଳାଯିବ।

Comment