ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଡାକ୍ତରଖାନରୁ ୪ ଦିନର ନବଜାତ ଶିଶୁ ପୁତ୍ରକୁ ଜଣେ ଅଚିହ୍ନା ମହିଳା ଚୋରି କରିନେଇଥିବା ଅଭିଯୋଗ ହୋଇଛି। ଏନେଇ ପରିବାର ପକ୍ଷରୁ ପାଟଣାଗଡ଼ ଥାନାରେ ଅଭିଯୋଗ ଦିଆଯାଇଛି। ପରିବାରର ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ ହୋଇଛି।

ତେଲାନପାଲିର ଜଣେ ମହିଳା ଗତ ରବିବାର ଦିନ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ।  ନବଜାତ ଶିଶୁର ମା’ଙ୍କ କହିବା ଅନୁଯାୟୀ ଆଜି ଜଣେ ଅଚିହ୍ନା ମହିଳା ପୁଅକୁ କୋଳ କରିଥିଲେ। କୋଳ କରିବା ସହ ହଠାତ ପୁଅଟିକୁ ନେଇ ଚମ୍ପଟ ମାରିଥିଲେ।

୪ ଦିନର ଶିଶୁ ପୁତ୍ର ଚୋରି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଘଟଣାର ବିରୋଧ କରି ଶିଶୁଙ୍କ ସମ୍ପର୍କୀୟ ମେଡିକାଲ ସାମ୍ନାରେ ରାସ୍ତାରୋକ କରିଛନ୍ତି।

Comment