ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସଅଁରପଡ଼ା ଗାଁରେ ଏହି ହୃଦୟ ବିଦାରକ ଘଟଣା ଘଟିଛି। କେହି ଜଣେ ଦୁର୍ବୃତ୍ତ ଏମାନଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ୬ ମୃତକଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଓ ୩ ପିଲା ଥିବା ଜଣାପଡ଼ିଛି।

ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପାଟଣାଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ତଦନ୍ତ ଆରମ୍ଭ କରିଛି। ଏଥିସହିତ ଘଟଣାସ୍ଥଳକୁ ସାଇଣ୍ଟିଫିକ୍‌ ଟିମ୍‌କୁ ଡକାଯାଇଥିବା ଆଇଆଇସି ପ୍ରିୟଙ୍କା ରାଉତରାୟ ସୂଚନା ଦେଇଛନ୍ତି।

ତେବେ ଏହି ପରିବାର ସଅଁରପଡ଼ାର ସ୍ଥାୟୀ ବାସିନ୍ଦା ନୁହଁନ୍ତି ବୋଲି ସୂଚନା ମିଳିଛି। ଏମାନେ ଗତ କିଛି ବର୍ଷ ହେବ ଏହି ଗାଁରେ ରହି ମହୁ ବ୍ୟବସାୟ କରୁଥିଲେ। ପୂର୍ବରୁ ଏମାନେ ବୁଲି ବୁଲି ମହୁ ବିକ୍ରି କରୁଥିଲା ବେଳେ ଏହି ୨/୩ ବର୍ଷ ହେବ ସେ ସଅଁରପଡ଼ାରେ ସ୍ଥାୟୀ ଭାବେ ରହୁଥିଲେ ବୋଲି ସ୍ଥାନୀୟ ଲୋକ କହିଛନ୍ତି। କିନ୍ତୁ ଏମାନଙ୍କୁ କିଏ, କାହିଁକି ହତ୍ୟା କରିଛି ସେନେଇ କିଛି ଜଣାପଡ଼ି ନାହିଁ।

Comment