ଓଡ଼ିଶାଲାଇଭ୍ ବ୍ୟୁରୋ

ସମସ୍ତେ ଜାଣିଛନ୍ତି ଯେ ମହେନ୍ଦ୍ର ସିଂ ଧୋନି ସରଳ ସ୍ୱାଭାବର ବ୍ୟକ୍ତି। କ୍ରିକେଟ ପଡ଼ିଆରେ ହେଉ କିମ୍ବା ବାହାରେ ଅନେକ ସମୟରେ ଏହାର ଉଦାହରଣ ଦେଖିବାକୁ ମିଳିସାରିଛି।

ଗତ ମ୍ୟାଚ୍‌ ପରେ ଯେତେବେଳେ ଜଣେ ଫ୍ୟାନ୍‌ ଧୋନିଙ୍କ ପାଦ ଛୁଇଁବା ଲାଗି ପଡ଼ିଆ ଆଡ଼କୁ ବଢ଼ୁଥିଲେ ସେତେବଳେ ସେ ଏହାକୁ ଦେଖି ଦୌଡୁଥିବା ଦେଖିବାକୁ ମିଳିଛି।

ବୁଧବାର ଯେତେବେଳେ ରାଞ୍ଚିର ଜେଏସସିଏ ଷ୍ଟାଡିୟମରେ ତାଙ୍କ ନାମରେ ରଖିଯାଇଥିବା ପାଭିଲିୟନକୁ ଉଦଘାଟନ୍‌ କରିବା ଲାଗି ରାଞ୍ଚି କ୍ରିକେଟ ଆସୋସିଏସନ ତରଫରୁ କୁହାଯାଇଥିଲା ସେତେବେ ସେ ଏହାକୁ ମନା କରିଦେଇଥିଲେ।

ଆପଣ ଭାବୁଥିବେ ମନା କରିବା ସହ ବିନମ୍ରତାର କଣ ସଂଯୋଗ ରହିଛି। ତେବେ ସଂଯୋଗ ଏହା ଯାହା କହି ଧୋନି ମନା କରିଥିଲେ। ଧୋନିଙ୍କୁ ଯେତେବେଳେ ଉଦଘାଟନ୍‌ ନେଇ କୁହାଯାଇଥିଲା ସେ ଅତି ବିନମ୍ରତାର ସହ କହିଥିଲେ କି, “ଦାଦା ନିଜ ଘରେ କ’ଣ ଉଦଘାଟନ।” ଏହି କଥା ହିଁ ସ୍ପଷ୍ଟ କରୁଛି କି ସେ ଆଜି ବି ପୂର୍ବପରି ହିଁ ଅଛନ୍ତି।

ଏହି ଷ୍ଟାଡିୟମରେ ଶୁକ୍ରବାର ଅଷ୍ଟ୍ରେଲିଆ ବିପକ୍ଷ ତୃତିୟ ଦିନିକିଆ ଖେଳାଯିବ। ଯେଉଁଥିରେ ଭାରତ ଲକ୍ଷ୍ୟ ରହିବ ୩-୦ରେ ମ୍ୟାଚ୍‌ ଜିତିବା।

Comment