ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏବେ ବଜାରରରେ ୨, ୫,୧୦ଟଙ୍କିଆ କଏନ୍‌ ପ୍ରଚଳିତ। ସମସ୍ତେ ଏହାକୁ ପ୍ରତିଦିନ ବ୍ୟବହାର ବି କରୁଛନ୍ତି। କିନ୍ତୁ ସରକାର ଏବେ ୨୦ଟଙ୍କିଆ କଏନ ବଜାରକୁ ଆଣିବାକୁ ଯାଉଛନ୍ତି। ଯାହାର ଡିଜାଇନ୍‌ ବାକି କଏନ୍‌ର ଡିଜାଇନଠୁ ଢେର ଅଲଗା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିଲ୍ଲୀରେ ଅଲଗା ଅଲଗା ମୂଲ୍ୟର କଏନକୁ ଦେଖାଇଥିଲେ। ଯେଉଁଥିରେ ୧,୨,୫,୧୦ ଛଡ଼ା ୨୦ଟଙ୍କାର କଏନ ବି ଦେଖିବାକୁ ମିଳିଥିଲା। କୁହାଯାଉଛି ଏହି ମୁଦ୍ରାର ଡିଜାଇନ୍‌ ସେହି ଲୋକଙ୍କୁ ନଜରରେ ରଖି କରାଯାଇଛି ଯେଉଁମାନେ ଦେଖିପାରୁନାହାନ୍ତି।

ଅର୍ଥମନ୍ତାଳୟର ଏକ ନୋଟିଫିକେସନ ଅନୁସାରେ ୨୦ଟଙ୍କା ମୁଦ୍ରାର ଆକାରର ୨୭ ଏମଏମ ହେବ। ଏହା ସହ ଏହି ମୁଦ୍ରାରେ ୧୨ଟି କୋଣ ରହିବ। ତେବେ ଏହି ମୁଦ୍ରାର ବାହାର ଡିଜାଇନ୍‌ରେ ୬୫ପ୍ରତିଶତ କପର୍‌, ୧୫ପ୍ରତିଶତ ଜିଙ୍କ, ୨୦ପ୍ରତିଶତ ନିକେଲ ରହିବ। ସେହିପରି ଭିତର ଡିସ୍କରେ ୭୫ ପ୍ରତିଶତ କପର, ୨୦ପ୍ରତିଶତ ଜିଙ୍କ, ୫ପ୍ରତିଶତ ନିକେଲ ରହିବ।

ଏହା ୧୦ଟଙ୍କିଆ ମୁଦ୍ରାର ଡିଜାଇନ୍‌ଠୁ ପୂରା ଅଲଗା ଅଟେ। ତେବେ ଏହି ୨୦ଟଙ୍କିଆ ମୁଦ୍ରା କେବେଠୁ ବଜାରକୁ ଆସିବ ସେ ନେଇ ସରକାରଙ୍କ ତରଫରୁ କିଛି ସ୍ପଷ୍ଟ ତାରିଖ କୁହାଯାଇନାହିଁ।

Comment