ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫେବ୍ରୁଆରି୧ରେ ଅର୍ଥମନ୍ତ୍ରୀ ପିୟୁଷ ଗୋୟଲ ଅନ୍ତରୀଣ ବଜେଟ ଉପସ୍ଥାପନ କରିଥିଲେ। ଯେଉଁଥିରେ ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ ଏକ ପେନସନ ଯୋଜନା ଘୋଷଣା କରାଯାଇଥିଲା। ଏହି ଯୋଜନାରେ ପଞ୍ଜିକୃତ କରିଥିବା କୃଷକ ମାନଙ୍କୁ ୬୦ବର୍ଷ ପରେ ସରକାର ମାସିକ ୩ହଜାର ଟଙ୍କା ପେନସନ ଦେବାର ବ୍ୟବସ୍ଥା ରହିବ।

ଏହି ଯୋଜନାର ଆରମ୍ଭ ଫେବ୍ରୁଆରି ୧୫ରୁ ହେବ। ଶ୍ରମ ମନ୍ତ୍ରାଳୟ ତରଫରୁ ଏ ନେଇ ନୋଟିଫିକେସନ ଜାରି କରାଯାଇଛି।

ନୋଟିଫିକେଶନ ଅନୁସାରେ ଯୋଜନାର ନାଁ ‘ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନ ଧନ ୨୦୧୯’ ରଖାଯିବ।

ଅଣସଙ୍ଗଠିତ ସ୍ତରରେ କାମ କରୁଥିବା ଶ୍ରମିକ ମାନେ ୧୫ଫେବ୍ରୁଆରି ପରେ ଏହି ଯୋଜନାରେ ନାଁ ପଞ୍ଜିକୃତ କରିପାରିବେ।

ଏହି ଯୋଜନାର ଲାଭ ସେହି ଶ୍ରମିକ ମାନେ ପାଇପାରିବେ ଯେଉଁମାନଙ୍କର ମାସିକ ଆୟ ୧୫୦୦୦ କିମ୍ବା ତାଠୁ କମ୍‌ ଥିବ। ଏହା ସହିତ ଏହି ଯୋଜନାରେ ୪୦ବର୍ଷ ପର୍ଯ୍ୟନ୍ତ କାମ କରୁଥିବା ଅଣ ସଙ୍ଗଠିତ ଶ୍ରମିକ ନିଜ ନାଁକୁ ସାମିଲ କରିପାରିବେ।

ଏହା ସହିତ ଯେଉଁ ଶ୍ରମିକ ୨୯ବର୍ଷରେ ଏହି ଯୋଜନାରେ ସାମିଲ ହେବେ ତାଙ୍କୁ ପ୍ରତିମାସ ୧୦୦ଟଙ୍କା ଜମା କରିବାକୁ ପଡ଼ିବ, ସେହିପରି ଯେଉଁ ଶ୍ରମିକ ୧୮ବର୍ଷରୁ ଏହି ଯୋଜନାରେ ସାମିଲ ହେବେ ତାଙ୍କୁ ୫୫ଟଙ୍କା ଜମା କରିବାକୁ ହେବ।

Comment