ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୦୯ରେ ମାଓବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ ନବରଙ୍ଗପୁରର ସିଆରପିଏଫ୍‌ ଯବାନ ବିଜୟ କୁମାର ହରିଜନ। ଆଜିଯାଏଁ ପରିବାରକୁ ମିଳିନି ସହାୟତା।

(ନବରଙ୍ଗପୁର, କୁନା ପ୍ରାତ୍ର) ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅଧିନସ୍ଥ ମହୁଲି ଗାଁର ବାପା ବୁଧନ ହରିଜନ ଓ ମାଆ ହେମାଲତା ହରିଜନଙ୍କ ପୁଅ ସହିଦ ବିଜୟ କୁମାର ହରିଜନ। ସହିଦ ବିଜୟ ୪୧ ବ।ଟାଲିଅନ ସିଆରପିଏଫରେ କାର୍ଯ୍ୟରତ ଥିଲେ।

୨୦୦୯ ଏପ୍ରିଲ ୧୭ ତାରିଖରେ ଛତିଶଗଡ଼ର ଦନ୍ତେୱ।ଡା ଜିଲ୍ଲା ଗଡ଼ିରସ ଗାଁକୁ ଇଭିଏମ ନେଇଯାଉଥିଲେ। ସେହି ସମୟରେ ମାଓବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା। ଏଥିରେ ଯବାନ ବିଜୟ ସହିଦ ହୋଇଥିଲେ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସରକାରଙ୍କ ପକ୍ଷରୁ ଘରକୁ ପହଞ୍ଚିଥିଲା ମରଶରୀର।

ଗାଁରେ ପରିବାରଲୋକେ ସହିଦ ବିଜୟଙ୍କ ପ୍ରତିମୂର୍ତ୍ତି ସ୍ଥାପନ କଲେ। ଦେଶ ପାଇଁ ଜୀବନକୁ ବାଜି ଲଗାଇଥିବା ସହିଦ ପରିବାରଙ୍କୁ ୧୦ଡ଼ିସିମିଲ ଘରବାଡ଼ି ଓ ୫ ଏକର ଜମି ସରକାରଙ୍କ ପକ୍ଷରୁ ଯୋଗାଇଦେବା ନିୟମ ରହିଛି। ତାଙ୍କ ମୃତ୍ୟୁକୁ ଏହି ମଧ୍ୟରେ ୧୦ ବର୍ଷ ବିତିଗଲାଣି। ହେଲେ ପରିବାର ଲୋକଙ୍କୁ ଏସବୁ କିଛି ମିଳିନାହିଁ।

ନିୟମ ଅନୁସାରେ ସହାୟତା ପାଇଁ ପାପଡାହାଣ୍ଡି ତହସିଲକୁ ଯାଇ ଅନେକ ଥର ଆବେଦନ କରିଛନ୍ତି ପରିବାର ଲୋକେ।

ହେଲେ ତହସିଲ ପକ୍ଷରୁ ସହିଦଙ୍କ ପରିବାର ପ୍ରତି ଅଣଦେଖା କରି ଫେରାଇ ଦିଆଯାଉଥିବାରୁ ସହିଦ ବିଜୟଙ୍କ ବାପା ବୁଧନ ହରିଜନ ,  ମାଆ ହେମାଲତା ହରିଜନ , ବଡଭାଇ ଜୟ ହରିଜନ ଓ ଦୟ।ରାଜ ହରିଜନ ଆସି ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ରଙ୍କୁ ଭେଟି ଅଭିଯୋଗ କରିଛନ୍ତି ।

ଜିଲ୍ଲାପାଳଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Comment