ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ଭଲ କାର୍ଡ଼ ଖେଳିଛନ୍ତି। ପୂର୍ବତନ ବିଏମସି ମେୟର ଅନନ୍ତ ନାରାୟଣ ଜେନାଙ୍କୁ ବିଡିଏର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଗତ କିଛି ଦିନ ଧରି ଚର୍ଚ୍ଚା ହେଉଥିଲା ଅନନ୍ତ ଭୁବନେଶ୍ୱର-ମଧ୍ୟ ବିଧାୟକ ହେବା ପାଇଁ ଚାହୁଁଛନ୍ତି।

ଏଠାରୁ ବିଜୟ ମହାନ୍ତି ଏବେ ବିଧାୟକ ଅଛନ୍ତି। ଭୁବନେଶ୍ୱରର ତିନୋଟି ଯାକ ବିଧାନସଭା ଆସନରେ ଟିକେଟ ଅଶାୟୀଙ୍କ ଭିଡ଼ ପରିଲକ୍ଷିତ ହେଉଥିବାରୁ ନବୀନ ଏହାକୁ କାବୁ କରିବା ପାଇଁ ଏହି ପଦକ୍ଷେପ ନେବାକୁ ବାଧ୍ୟ ହେଲେ ବୋଲି ଆଲୋଚନା ହେଉଛି।

ତେଣେ ବିଜୟ ମହାନ୍ତି ଏଥର ଟିକେଟ ପାଉନାହାନ୍ତି ଏହା ସ୍ପଷ୍ଟ ହୋଇଛି।

ଖବର ଅନୁସାରେ ଯେହେତୁ ଅନନ୍ତ ନାରାୟଣ ଜେନାଙ୍କୁ କ୍ୟାବିନେଟ ରାଙ୍କର ପଦବୀ ମିଳିଛି ସେ ଆଉ ବିଧାୟକ ପାଇଁ ଆଗ୍ରହୀ ହେବେ ନାହିଁ। ଆହୁରି ଏକ ଖବର ଆସୁଛି ଯେ ବର୍ତ୍ତମାନ ଭୁବନେଶ୍ୱର ସାଂସଦ ଥିବା ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଭୁବନେଶ୍ୱର-ମଧ୍ୟ ବିଧାନସଭା ଆସନରୁ ପ୍ରାର୍ଥୀ କରାଯିବ। ଭୁବନେଶ୍ୱର ଲୋକସଭା ଆସନ ପାଇଁ ଏକ ନୂଆ ମୁହଁର ସନ୍ଧାନରେ ନବୀନ ଅଛନ୍ତି ବୋଲି ବିଜେଡି ମହଲରେ ଆଲୋଚନା ଚାଲିଛି।

Comment