ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଥମ ଥର ପାଇଁ ଛେଳି ହୋଇଛି ମେୟର। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଆମେରିକାରେ ଏହା ଘଟିଛି।  ଭରମୋଣ୍ଟ ର ଫେୟର ହେଭେନ ସହରରେ ଏକ ଛେଳି ମେୟର ଭାବେ ନିର୍ବାଚିତ ହୋଇଛି। ପ୍ରଥମ ଥର ପାଇଁ କୌଣସି ଗୃହପାଳିତ ପଶୁ ସହରରେ ମେୟର ହୋଇଛି। ମେୟର ହୋଇଥିବା ଛେଳିର ବୟସ ଶୁଣିଲେ ମଧ୍ୟ ତାଜୁବ ହେବେ। ଛେଳିର ବୟସ ୩ ବର୍ଷ ହୋଇଥିବା ଜଣାପଡ଼ିଛି। ତାହାର ନାମ ଲିଙ୍କନ୍‌ ଅଟେ।

ଏକ ବର୍ଷ ପାଇଁ ମେୟର ଭାବେ ନିର୍ବାଚିତ ହୋଇଛି ଲିଙ୍କନ୍‌। ସହରରେ ବସିଥିବା ବୈଠକରେ ଛେଳିକୁ ମେୟର ଭାବେ ଚୟନ କରାଯାଇଛି। ୧୬ଟି ଗୃହପାଳିତ ପଶୁଙ୍କ ମଧ୍ୟରେ ଛେଳି ମେୟର ପଦ ହାତେଇ ନେଇଥିଲା।

ଅନ୍ୟ ପଶୁଙ୍କ ମଧ୍ୟରେ କୁକୁର ଆଉ ବିଲେଇ ଥିଲେ। କିନ୍ତୁ ୧୩ଟି ଭୋଟରେ ବାଜି ମାରିନେଇଥିଲା ଲିନକୋନ। ୧୦ଟି ଭୋଟ ପାଇଁ ଦ୍ୱିତୀୟ ସ୍ଥାନରେ ରହିଥିଲା ସେମି ନାମକ କୁକୁର। ଅନ୍ୟ ସମସ୍ତ ପ୍ରାର୍ଥୀଙ୍କୁ ମୋଟ ୩୦ଟି ଭୋଟ ମିଳିଥିଲା। ଫେୟର ହେଭେନରେ ପାଖାପାଖି ୨୫୦୦ ଲୋକ ରହୁଛନ୍ତି। ଏଠାରେ କୌଣସି ମଣିଷ ଆଜି ପର୍ଯ୍ୟନ୍ତ ମେୟର ହୋଇନାହାନ୍ତି।

Comment