ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟର ହଷ୍ଟେଲରୁ ଅଣଛାତ୍ରଙ୍କୁ ଜାଞ୍ଚ କରାଯାଇ ବାହାର କରାଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଅଣଛାତ୍ରଙ୍କୁ ଚିହ୍ନଟ କରି ବାହାର କରିଛି। ଏଥିପାଇଁ ବାଣୀବିହାର କ୍ୟାମ୍ପସ୍‌ ପରିସରରେ ୪ ପ୍ଲାଟୁନ୍‌ ପୋଲିସ ମୁତୟନ କରାଯାଇଛି।

ବହୁଦିନ ଧରି ବାଣୀବିହାର ଛାତ୍ରଛାତ୍ରୀମାନେ ଅଣଛାତ୍ରଙ୍କୁ ନେଇ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିଲେ। ଅଣଛାତ୍ରମାନେ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ବହୁଦିନ ଧରି ରହିଆସୁଛନ୍ତି। କ୍ୟାମ୍ପସ୍‌ରେ ଗଣ୍ଡଗୋଳଠାରୁ ଆରମ୍ଭ କରି ଚୋରୀ ଭଳି ବିଭିନ୍ନ ଅପରାଧୀକ କାମ ଅଣଛାତ୍ରମାନଙ୍କ ଦ୍ୱାରା ହେଉଥିଲା।

ଏନେଇ ବିଭିନ୍ନ ସମୟରେ କୁଳପତିଙ୍କ ନିକଟରେ ଛାତ୍ରଛାତ୍ରୀମାନେ ଅଭିଯୋଗ କରି ଆସୁଥିଲେ। ବର୍ତ୍ତମାନ କୁଳପତିଙ୍କ ନିର୍ଦ୍ଦେଶ କ୍ରମେ ବାଣୀବିହାରରୁ ଶହ ଶହ ଅଣଛାତ୍ରଙ୍କୁ ବାହାର କରାଯାଇଛି।

Comment