ଓଡ଼ିଶାଲାଇଭ୍ ବ୍ୟୁରୋ

  • ଅନଲାଇନରେ ୟୁଜି ଓ ପିଜି ପରୀକ୍ଷା ଦେବେ ରେଭେନ୍ସା ଛାତ୍ରଛାତ୍ରୀ
  • ଅନଲାଇନରେ ପିଜି ପରୀକ୍ଷା ଦେବେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ
  • ଅଫଲାଇନ୍ ଜରିଆରେ ୟୁଜି ପରୀକ୍ଷା ଦେବେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଛାତ୍ରଛାତ୍ରୀ
  • ସେପ୍ଟେମ୍ବର ୧୫ରୁ ୩୦ ଭିତରେ ହେବ ପରୀକ୍ଷା

ଅନଲାଇନରେ ହେବେ ୟୁଜି ଓ ପିଜି ଫାଇନାଲ ସେମିଷ୍ଟାର ପରୀକ୍ଷା। ଉତ୍କଳ ବିଶ୍ୱବିଦ୍ୟାଳୟ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟ ଅଧୀନରେ ପଢୁଥିବା ପିଲାମାନେ ଅନଲାଇନ୍ ଜରିଆରେ ଶେଷ ସେମିଷ୍ଟାର ପରୀକ୍ଷା ଦେବେ।  ଏନେଇ ଦୁଇ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି।

ରେଭେନ୍ସା ବିଶ୍ୱବିଦ୍ୟାଳୟର ଉଭୟ ରେଗୁଲାର ଓ ବ୍ୟାକ ପେପରର ଫାଇନାଲ୍ ସେମିଷ୍ଟାର ଅନଲାଇନ୍ ଜରିଆରେ ହେବ। ସେପ୍ଟେମ୍ବର ମାସ ୧୫ ତାରିଖରୁ ୩୦ ତାରିଖ ଭିତରେ ଏହିସବୁ ପରୀକ୍ଷା ହେବ ବୋଲି ସୂଚନା ମିଳିଛି।BGUସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟର ୟୁଜି ପରୀକ୍ଷା ଅଫଲାଇନ୍ ଜରିଆରେ ହେବ। ପିଲାମାନେ ଓଏମଆର୍ ସିଟ୍ ସାହାଯ୍ୟରେ ମଲଟିପଲ୍ ଚଏସ ପରୀକ୍ଷା ଦେବେ। ୯ ଜିଲ୍ଲାର ୨୭୮ କଲେଜରେ ମୋଟ ୫୦ ହଜାର ୧୭୦ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ ବୋଲି କୁହାଯାଇଛି।

ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟର ପିଜି  ଶେଷ ସେମିଷ୍ଟାର ପରୀକ୍ଷା ଅନଲାଇନ୍ ଜରିଆରେ କରାଯିବ। ପିଲାମାନେ ଅନଲାଇନ୍ ଜରିଆରେ ପରୀକ୍ଷା ଦେବା ପରେ ଅକ୍ଟୋବର ଶେଷ ସୁଦ୍ଧା ଫଳ ପ୍ରକାଶ ପାଇବ।

Comment