ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

କୁଖ୍ୟାତ ଆତଙ୍କବାଦୀ ମସୁଦ ଅଜହରକୁ ‘ଜୀ’ ସମ୍ବୋଧନ କରି ଅଡୁଆରେ ପଡ଼ିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି।

ଦିଲ୍ଲୀରେ ଅନୁଷ୍ଠିତ କଂଗ୍ରେସ ବୁଥ୍‌ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧି ଦେଇଥିବା ବୟାନକୁ ନେଇ ବିଜେପି ତାଙ୍କୁ ଘେରିଛି। ଏହି କାର୍ଯ୍ୟକ୍ରମରେ ପୁଲୱାମା ଆକ୍ରମଣକୁ ନେଇ ବଜେପିକୁ ସମାଲୋଚନା କରୁଥିଲାବେଳେ ରାହୁଲ ନିଜେ ଅଡ଼ୁଆରେ ପଡ଼ିଛନ୍ତି।

ଦିଲ୍ଲୀରେ ବୁଥ୍‌ କାର୍ଯ୍ୟକ୍ରମରେ ସମ୍ବୋଧନ ଦେଉଥିଲାବେଳେ ରାହୁଲ କୁଖ୍ୟାତ ଆତଙ୍କବାଦୀ ମସୁଦ୍‌ ଅଜହରକୁ ‘ଅଜହର ଜୀ’ କହି ସମ୍ବୋଧନ କରିଥିଲେ।  ଅଜହରକୁ ‘ଜୀ’ ସମ୍ବୋଧନ କରିବା ପରେ ରାହୁଲଙ୍କୁ ଘେରିଛି ବିଜେପି।

ଏହି ସମୟର ଭିଡିଓକୁ ଟୁଇଟରରେ ପୋଷ୍ଟ କରି ବିଜେପି ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଛି।

“ଦେଶର ୪୪ ଯବାନଙ୍କ ମୃତ୍ୟୁ ପାଇଁ ଦାୟୀ ଜୈଶ ଏ ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ମୁଖ୍ୟ ମସୁଦ ଅଜହର ପାଇଁ ରାହୁଲଙ୍କ ମନରେ ଏତେ ସମ୍ମାନ ?”, କହିଛି ବିଜେପି।

Comment