ଓଡ଼ିଶାଲାଇଭା ବ୍ୟୁରୋ

ବିମାନ ଯାତ୍ରା ପୂର୍ବରୁ ଯଦି କିଛି ସାମଗ୍ରୀ ଛାଡ଼ି ହୋଇଯାଇଥାଏ, ତାହାଲେ ବସ୍ କିମ୍ବା କାରରେ ଫେରି ସାମଗ୍ରୀ ନେବା ସମ୍ଭବ ହୋଇନଥାଏ। ଫ୍ଲାଇଟକୁ ସେତେବେଳେ ଫେରାଇ ଅଣାଯାଇଥାଏ ଯେତେବେଳେ କୌଣସି ଗୁରୁତ୍ୱପୂର୍ଣ୍ଣ ବା ଜରୁରୀ କାମ ପଡ଼ିଥାଏ। କିନ୍ତୁ ସାଉଦି ଆରବରେ ଏଭଳି ଏକ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମିଡିଆ ରିପୋର୍ଟ ଅନୁସାରେ ଘଟଣା ଘଟିଛି ଜିଦ୍ଦାହର କିଙ୍ଗ୍ ଅବଦୁଲ୍ଲାଜିଜ୍ ଇଣ୍ଟରନାସନାଲ୍ ଏୟାରପୋର୍ଟରେ। ଏଠାରେ ଜଣେ ସାଉଦି ମହିଳା ନିଜ ନବଜାତ ଶିଶୁକୁ ଏୟାରପୋର୍ଟରେ ଛାଡିକି ସାଉଦି ଆରବ ଏୟାରଲାଇନ୍ ଫ୍ଲାଇଟରେ ଚଢିଯାଇଥିଲେ।

ସୂଚନା ମୁତାବକ ଫ୍ଲାଇଟରେ ବସିବାର କିଛି ସମୟ ପରେ ମହିଳା ଜଣଙ୍କ ଜାଣିବାକୁ ପାଇଥିଲେ କି ସେ ତାଙ୍କ ଶିଶୁଟିକୁ ଏୟାରପୋର୍ଟର ୱେଟିଙ୍ଗ୍ ହଲରେ ଛାଡିଦେଇଛନ୍ତି। ଏହାପରେ ମହିଳା ପାଇଲଟଙ୍କୁ ଫ୍ଲାଇଟକୁ ପୁନଶ୍ଚ ଅବଦୁଲ୍ଲାଜିଜ୍ ଏୟାରପୋର୍ଟକୁ ନେବା ପାଇଁ ଜିଦ୍ କରିଥିଲେ। ଜେଦ୍ଦାରୁ କୁଆଲାଲମ୍ପପୁର ଯାଉଥିବା ଫ୍ଳାଇଟ୍ ୮୩୨ ରେ ମହିଳା ଜଣଙ୍କ ପାଖରୁ ଏହି କଥା ଶୁଣିବାପରେ ପାଇଲଟ ଫ୍ଳାଇଟକୁ ପୁଣି ଫେରାଇନେଇଥିଲେ।

ଏହି ଘଟଣାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯେଉଁଥିରେ ପାଇଲଟ ଏୟାର ଟ୍ରାଫିକ୍ କଣ୍ଟ୍ରୋଲଙ୍କୁ ଏହା ଅନୁରୋଧ କରୁଛନ୍ତି କି ତାଙ୍କୁ ପୁନଶ୍ଚ ଫ୍ଳାଇଟଟିକୁ ଅବଦୁଲ୍ଲାଜିଜ୍ ଏୟାରପୋର୍ଟ ନେବାକୁ ଅନୁମତି ଦିଆଯାଉ। ଅନୁମତି ପରେ ମହିଳା ଜଣଙ୍କ ନିଜ ଶିଶୁ ପାଖରେ ପହଁଚିପାରିଥିଲେ।

Comment