ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାତ୍ର ୨ହଜାର ଟଙ୍କା ପାଇଁ ଟ୍ରେନ୍ ଆଗକୁ ଡେଇଁ ପଡିଲେ ଯୁବତୀ। ଘଟଣାଟି ଘଟିଛି ଦିଲ୍ଲୀର ଦ୍ୱାରକାର ମୋଡ ମେଟ୍ରୋ ଷ୍ଟେସନରେ। ଯୁବତୀ ଜଣକ ହେଉଛନ୍ତି ୨୬ ବର୍ଷୀୟା ଚେତନା ମିଶ୍ର।

ଖବର ଅନୁସାରେ ଚେତନାଙ୍କର ୨ ହଜାର ଟଙ୍କିଆ ନୋଟ୍ ରେଲୱେ ଟ୍ରାକରେ ପଡିଯାଇଥିଲା। ଏହାକୁ ଉଠାଇବା ପାଇଁ ଟ୍ରାକ ଉପରକୁ ଡେଇଁ ପଡିଥିଲେ ଚେତନା। ଏହି ସମୟରେ ଦ୍ୱାରକା ପାଶ୍ୱର୍ରୁ ଟ୍ରେନ ମାଡ଼ି ଆସିଥିଲା। ଟ୍ରେନ ଆସୁଥିବାର ଦେଖି ନିଜକୁ ବଞ୍ଚାଇବା ଲାଗି ଦୁଇ ଟ୍ରାକ ମଝିରେ ଶୋଇ ପଡ଼ିଥିଲେ ଯୁବତୀ। ତାଙ୍କ ଉପରେ ଟ୍ରେନର ଦୁଇଟି ବଗି ଅତିକ୍ରମ କରି ଚାଲିଯାଇଥିଲା।

ଲୋକେ ଚିତ୍କାର କରିବାରୁ ଡ୍ରାଇଭର୍ ଟ୍ରେନ୍ ଅଟକାଇଥିଲେ। ସିଆଇଏସଏଫ୍ ସିଫ୍ଟ ଇନ୍-ଚାର୍ଜ ଏବଂ ଷ୍ଟେସନ୍ କଣ୍ଟ୍ରୋଲର୍ ଘଟଣାସ୍ଥଳକୁ ଧାଇଁ ଯାଇଥିଲେ । ଟ୍ରେନ୍ ଅଟକି ଯିବାରୁ ମହିଳାଜଣକ ନିରାପଦରେ ବାହାରି ଆସିଥିଲେ।  ଏହି ଘଟଣା ପାଇଁ ବ୍ଲୁ ଲାଇନରେ କିଛି ସମୟ ପାଇଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଯେଉଁଥିପାଇଁ ଯାତ୍ରୀମାନେ ଗନ୍ତବ୍ୟସ୍ଥଳରେ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ସେପଟେ  ଲିଖିତ କ୍ଷମାପ୍ରାର୍ଥନା କରିବା ପରେ ଯୁବତୀଙ୍କୁ ତାଙ୍କ ଭାଇଙ୍କ ସାଥିରେ ଯିବାକୁ ଅନୁମତି ମିଳିଥିଲା ବୋଲି କହିଛନ୍ତି ସିଆଇଏସଏଫ୍ ଅଧିକାରୀ।

Comment