ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପିରେ ସାମିଲ ହେବାପରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଦାମ ରାଉତ।

ବିଜେପିରେ ଯୋଗଦେବାରେ ନୂଆଦିଲ୍ଲୀରୁ ଭୁବନେଶ୍ଵର ପହଞ୍ଚିଛନ୍ତି ପାରାଦୀପ ବିଧାୟକ ଡକ୍ଟର ଦାମୋଦର ରାଉତ। ବିମାନ ବନ୍ଦରରେ ତାଙ୍କୁ ସ୍ୱାଗତ ଜଣାଇଛନ୍ତି ସମର୍ଥକ। ବିମାନ ବନ୍ଦରରୁ ଏକ ବିରାଟ ଶୋଭାଯାତ୍ରା ଜରିଆରେ ବିଜେପି କର୍ମୀ ତାଙ୍କୁ ପାଛୋଟି ଆଣିଛନ୍ତି।

ଭୁବେନେଶ୍ୱରରେ ପହଞ୍ଚିବା ପରେ ଦାମ ରାଉତ ଗଣମାଧ୍ୟମରେ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି। ପ୍ରଥମ ପ୍ରତିକ୍ରିୟାରେ ସେ ନବୀନଙ୍କୁ ସିଧାସଳଖ ଆକ୍ରମଣ କରିଛନ୍ତି।

“ନବୀନ ସରକାରର ଅବସାନ ଘଟାଇବା ପାଇଁ ମୋର ପ୍ରୟାସ।  ବିଜେପି ନେତୃତ୍ୱରେ ଓଡ଼ିଶାବାସୀ ଏ ଦୁର୍ନୀତି, ଅପଶାସନରୁ ମୁକ୍ତି ପାଇବେ। ମୋର ବିଶ୍ୱାସ ଓଡ଼ିଶା ଲୋକ ମୋ ସହ ମିଶି ଏ ଭ୍ରଷ୍ଟାଚାରୀଙ୍କୁ ହଟାଇବେ”, ପ୍ରତିକ୍ରିୟାରେ କହିଛନ୍ତି ଦାମ ରାଉତ।

ଓଡ଼ିଶାରେ ପହଞ୍ଚିବା ପରେ ଦାମଙ୍କର କ’ଣ ଆଭିମୁଖ୍ୟ ରହିବ ସେ ଉପରେ ସମସ୍ତଙ୍କ ନଜର ରହିଛି। ତାଙ୍କ ନିର୍ବାଚନ ଲଢ଼ିବା ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ରହିଛି।

ଗୁରୁବାର ଦାମୋଦର ରାଉତ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ବିଜେପିରେ ଯୋଗ ଦେଇଥିଲେ।

ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପ-ସଭାପତି ବୈଜୟନ୍ତ ପଣ୍ଡା, ପ୍ରଭାରୀ ଅରୁଣ ସିଂ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Comment