ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟିମ୍‌ ଇଣ୍ଡିଆର ଷ୍ଟାର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ଆଇପିଏଲ୍‌ ପାଇଁ ଅଭ୍ୟାସ ଚଳାଇଛନ୍ତି। ପାଣ୍ଡ୍ୟାଙ୍କ ଅଣ୍ଟାରେ ଆଘାତ ଲାଗିଥିବାରୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍‌ରେ ଭାଗ ନେଇ ପାରିନଥିଲେ। ଏବେ ସେ  ମୁମ୍ବାଇ ଇଣ୍ଡିଅନ୍ସର କ୍ୟାମ୍ପ୍‌ରେ ଯୋଗ ଦେଇ ଆଇପିଏଲ୍‌ ପାଇଁ ପ୍ରସ୍ତୁତ ହେଉଛନ୍ତି।

ମୁମ୍ବାଇ ଇଣ୍ଡିଅନ୍ସ ପକ୍ଷରୁ ଅଭ୍ୟାସ କରୁଥିବା ସମୟରେ ପାଣ୍ଡ୍ୟାଙ୍କ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ହାର୍ଦ୍ଦିକ ପାଣ୍ଡ୍ୟା ମହେନ୍ଦ୍ର ସିଂହ ଧୋନିଙ୍କ ପ୍ରସିଦ୍ଧ ‘ହେଲିକପ୍ଟର ସଟ୍‌’ ଖେଳିଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

ଏହି ଭିଡିଓକୁ ପାଣ୍ଡ୍ୟା ନିଜେ ତାଙ୍କ ଟୁଇଟର ଆକାଉଣ୍ଟରେ ସେୟାର କରିଛନ୍ତି। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ସେୟାର କରି ପାଣ୍ଡ୍ୟା କ୍ୟାପ୍ସନରେ ଲେଖିଛନ୍ତ, “କହିଲ ଦେଖି, ଏହି ସଟ୍‌ ଖେଳିବା ପଛରେ ମୋ ପ୍ରେରଣା କିଏ”। ଏହା କଥାରେ ପାଣ୍ଡ୍ୟା ଧୋନିଙ୍କୁ ଇସାରା କରିଛନ୍ତି।

୨୫ ବର୍ଷିୟ ହାର୍ଦ୍ଦିକ ପାଣ୍ଡ୍ୟା ଆଗକୁ ଥିବା ୱାର୍ଲ୍ଡ କପ୍‌ରେ ଟିମ୍‌ ଇଣ୍ହିଆ ପାଇଁ ମୁଖ୍ୟ ହତିଆର ହୋଇପାରନ୍ତି। ଯେ ପର୍ଯ୍ୟନ୍ତ ସେ କ୍ରିଜ୍‌ରେ ଅଛନ୍ତି, ସେ ପର୍ଯ୍ୟନ୍ତ ବିପକ୍ଷ ବୋଲର୍‌ଙ୍କୁ ଘାଇଲା କରିବାର କ୍ଷମତା ରଖିଥାନ୍ତି ପାଣ୍ଡ୍ୟା। ତେବେ ବର୍ତ୍ତମାନ ପାଣ୍ଡ୍ୟାଙ୍କ ‘ହେଲିକପ୍ଟର ସଟ୍‌’ ଫ୍ୟାନ୍‌ମାନଙ୍କୁ ଖୁବ୍‌ ପସନ୍ଦ ଆସିଛି।

Comment