ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏକା ସଙ୍ଗେ ଲୋକେ ଦୁଇ କି ତିନିଟି ପିଲା ଜନ୍ମ ହୋଇଥିବା କଥା ସମସ୍ତେ ଶୁଣିଥିବେ। କିନ୍ତୁ ଏକା ସଙ୍ଗେ ୬ଟି ଶିଶୁ ଜନ୍ମ ହୋଇଥିବା କଥା ଶୁଣିନଥିବେ। କଥାଟି ଅଜବ ଲାଗୁଥିଲେ ବି ସତ। ଆମେରିକାର ଟେକ୍ସାସ ସହରରେ ଏଭଳି ଘଟଣା ଘଟିଛି। ଏଠାରେ ଥିବା ଏକ ହସ୍ପିଟାଲରେ ଜଣେ ମହିଳା ଏକା ସଙ୍ଗେ ୬ଟି ପିଲା ଜନ୍ମ ଦେଇଛନ୍ତି। ତାଙ୍କ ପରିବାର ସହିତ ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମହିଳା ଏବଂ ତାଙ୍କର ସମସ୍ତ ଛଅ ଶିଶୁ ସୁସ୍ଥ ଥିଲାବେଳେ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଡାକ୍ତରଙ୍କ କହିବା ଅନୁସାରେ ଏକ ସାଙ୍ଗେ ୬ ଶିଶୁ ଜନ୍ମ ଦେବା ବହୁତ ବିରଳ ଅଟେ।

ହସ୍ପିଟାଲ ଡାକ୍ତରଙ୍କ କହିବା ଅନୁସାରେ, ତିନି ଥରରେ ୬ଶିଶୁ ଜନ୍ମ ନେଇଛନ୍ତି। ଶିଶୁଙ୍କ ଓଜନ ୭୯୪ ଗ୍ରାମରୁ ରହି ଦେଢ଼ କେଜି ପର୍ଯ୍ୟନ୍ତ ରହିଛି।  ସମସ୍ତ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି। ଏକା ସଙ୍ଗେ ଶିଶୁ ଜନ୍ମ ହେବା ଘଟଣା ବିଶ୍ୱରେ ବହୁତ ବିରଳ ଅଟେ। ଡାକ୍ତରଙ୍କ କହିବା ଅନୁସାରେ ୪୭୦ କୋଟି ମହିଳାଙ୍କ ଭିତରୁ ଜଣେ ମହିଳା ଛଅ ଶିଶୁଙ୍କୁ ଦେଇଥାନ୍ତି। ପରିବାର ପକ୍ଷରୁ ୨ ଶିଶୁଙ୍କ ନାଁ ଦିଆଯାଇଥିଲାବେଳେ ଆଉ ୪ ଶିଶୁଙ୍କ ନାଁ କ’ଣ ଦିଆଯିବ ଚିନ୍ତା କରୁଛନ୍ତି।

Comment