ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ବାଚନକୁ ଆଉ ମାତ୍ର କେଇଟା ଦିନ ବାକି ରହିଛି। ନିର୍ବାଚନୀ ପ୍ରଚାର ପ୍ରସାର ପାଇଁ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମାର୍ଚ୍ଚ ୨୯ରେ ଜୟପୁରରେ ନିର୍ବାଚନୀ ପ୍ରଚାର କରିବେ ମୋଦି। ଏହାପରେ ଏପ୍ରିଲ ୧ରେ  କଳାହାଣ୍ଡିରେ ସମାବେଶ କରିବେ ମୋଦି।

ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ସ୍ଥିତି ଆହୁରି ଦୃଢ଼ କରିବାକୁ ଆସୁଛନ୍ତି ମୋଦି। ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ।

ମୋଦିଙ୍କ ଗସ୍ତ ପୂର୍ବରୁ ଆଉ କେତେ ଜଣ କେନ୍ଦ୍ରମନ୍ତ୍ରୀଙ୍କର ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି।

Comment