ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତଥର ନିର୍ବାଚନରେ ପୁଣିଥରେ ଅମେଠୀରେ ସାମ୍ନାସାମ୍ନୀ ହେବେ ରାହୁଲ ଗାନ୍ଧି ଓ ସ୍ମୃତି ଇରାନି। ଚଳିତ ଥର ଅମେଠି ସହ ରାହୁଲ କେରଳର ୱାୟନାଡ ନିର୍ବାଚନ ମଣ୍ଡଳୀରୁ ଲଢ଼ିପାରନ୍ତି। ରାହୁଲଙ୍କ ଦୁଇଟି ଆସନରୁ ଲଢ଼ିବା ନେଇ ସ୍ମୃତି ଇରାନି ରାହୁଲଙ୍କୁ ଟାର୍ଗେଟ କରିଛନ୍ତି। ସେ ରାହୁଲଙ୍କୁ କଟାକ୍ଷ କରି ଏକ ଟୁଇଟ କରିଛନ୍ତି।

‘ଅମେଠୀ ଭଗେଇଲା, ବିଭିନ୍ନ ସ୍ଥାନରୁ ଡକରା ଆସିଥିବା ପ୍ରଚାର କରାଗଲା, କାରଣ ଜନତା ଗ୍ରହଣ କଲେ ନାହିଁ’, ରାହୁଲଙ୍କୁ କଟାକ୍ଷ କରି ଏଭଳି ଟୁଇଟରେ ଲେଖିଛନ୍ତି ସ୍ମୃତି ।

୨୦୧୪ ସାଧାରଣ ନିର୍ବାଚନରେ ମଧ୍ୟ ରାହୁଲ ଓ ସ୍ମୃତିଙ୍କ ଭିତରେ ଟକ୍କର ହୋଇଥିଲା। ସେହି ନିର୍ବାଚନରେ ରାହୁଲଙ୍କଠାରୁ ପରାଜୟ ବରଣ କରିଥିଲେ ସ୍ମୃତି। ତେବେ ଏଥର ବି ରାହୁଲ ଓ ସ୍ମୃତିଙ୍କ ଟକ୍କର ଉପରେ ସମସ୍ତଙ୍କ ନଜର ରହିଛି। ସେପଟେ ଦକ୍ଷିଣ ଭାରତରୁ କୌଣସି ଏକ ଆସନରୁ ଲଢ଼ିବାକୁ ଦକ୍ଷିଣ ଭାରତର ନେତା ରାହିଲଙ୍କୁ ଅନୁରୋଧ କରିଥିଲେ। ରାହୁଲ ଏହି ପ୍ରସ୍ତାବକୁ ଗୁରତର ସହ ନେଇଥିବା କୁହାଯାଉଛି।

Comment