ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସଭାପତି ମମତା ବାନାର୍ଜୀ ତାଙ୍କ ଦଳର ନାମକୁ ପରିବର୍ତ୍ତନ କରିଛନ୍ତି। କଂଗ୍ରେସ ନାମକୁ ସେ ହଟାଇଦେଇଛନ୍ତି। ଏବେ ଏହା କେବଳ ତୃଣମୂଳ ନାଁରେ ପରିଚିତ ହେବ। କଂଗ୍ରେସଠାରୁ ସମ୍ପର୍କ ଛିନ୍ନ କରିବାର ୨୧ ବର୍ଷ ପରେ ମମତା ଏହିଭଳି ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏଥି ସହିତ ଦଳର ଲୋଗୋ ବି ବଦଳିଛି। ନୂଆ ଲୋଗୋରେ ତଳେ କେବଳ ତୃଣମୂଳ ଲେଖାଯାଇଛି। ତେବେ ଯୋଡ଼ି ପତ୍ରକୁ ମମତା ବଜାୟ ରଖିଛନ୍ତି। ଗତ ଏକ ସପ୍ତାହ ଧରି ଏହି ନୂଆ ନାମ ଦେଖିବାକୁ ମିଳୁଛି।

ମନେ ପକାଇ ଦିଆଯାଇ ପାରେ ଯେ ୧୯୯୮ରେ ମମତା କଂଗ୍ରେସରୁ ବାହାରି ଆସି ନିଜ ଦଳ ଗଢ଼ିଥିଲେ ଓ ତୃଣମୂଳ କଂଗ୍ରେସ ଗଠନ କରିଥିଲେ। ୨୧ ବର୍ଷ ପରେ ଦଳର ନାମ ବଦଳିବା ସହିତ ବ୍ୟାନର, ପତାକା ଏସବୁରୁ କଂଗ୍ରେସ ନାମକୁ ଲିଭାଇ ଦିଆଯାଇଛି। ତେବେ ନିର୍ବାଚନ କମିଶନ ନିକଟରେ ଯେଉଁ ମୂଳ ନାମଟି ପଞ୍ଜିକୃତ ହୋଇଥିଲା ସେଥିରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଜଣାପଡ଼ିଛି।

Comment