ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୟପୁରରେ ପହଞ୍ଚିଛନ୍ତି। ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏହା ମୋଦିଙ୍କର ପ୍ରଥମ ଓଡ଼ିଶା ଗସ୍ତ। ଆଜିଠାରୁ ଓଡ଼ିଶାରେ ମୋଦି  ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ। ମୋଦି କୋରାପୁଟ ଜିଲ୍ଲା ଜୟପୁରରେ ଆୟୋଜିତ ଏକ ସଭାରେ ଯୋଗ ଦେଇ ଜନତାକୁ ସମ୍ବୋଧନ କରିବେ ମୋଦି।

ଏହି ସଭାରେ କେନ୍ଦ୍ରମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେବେ।

ଅନ୍ୟପକ୍ଷରେ ଜୟପୁରରେ ପହଞ୍ଚିବା ପୂର୍ବରୁ ଟୁଇଟ୍‌ ଜରିଆରେ ମୋଦି ରାଜ୍ୟ ସରକାରଙ୍କୁ ଆକ୍ରମଣ କରିଥିଲେ।

ଟୁଇଟରୁ ହିଁ ଆଜି ଗସ୍ତରେ ମୋଦିଙ୍କ ଅଭିମୁଖ୍ୟ ସ୍ପଷ୍ଟ ହୋଇଛି। ସଭାରେ ସେ ନିଶ୍ଚୟ କଂଗ୍ରେସ ଓ ବିଜୁ ଜନତା ଦଳକୁ ଟାର୍ଗେଟ କରିବେ ସ୍ପଷ୍ଟ ଜଣାପଡ଼ୁଛି।

Comment