ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ମୀରା ପରିଡ଼ାଙ୍କୁ ବିଜେଡି ଦେଲା ନୂଆ ଦାୟିତ୍ୱା ମୀରା ହେଲେ ବିଜୁ ମହିଳା ଜନତା ଦଳର ରାଜ୍ୟ ଉପ-ସଭାପତିା ବିଜେଡିରେ ପ୍ରଥମ କିନ୍ନର ଭାବେ ସେ ଏହି ଦାୟିତ୍ୱ ପାଇଛନ୍ତିା

ମୀରା ମାର୍ଚ୍ଚ ୧୭ରେ ବିଜେଡିରେ ଯୋଗ ଦେଇଥିଲୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେଇଥିବା ମୀରା କହିଥିଲୋ

ମୀରା ଆହୁରି ମଧ୍ୟ କହିଥିଲେ ଯେ ସେ କୌଣସି ଟିକେଟ ଆଶାରେ ବିଜେଡିରେ ସାମିଲ ହୋଇ ନାହାନ୍ତିା ଜଣେ ସାଧାରଣ କର୍ମୀ ଭାବେ ସେ କାମ କରିବେ ବୋଲି ମୀରା କହିଥିଲୋ

ତାଛଡ଼ା ବିଜୁ ମହିଳା ଜନତା ଦଳର ଗଜପତି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ନିଯୁକ୍ତି ଦିଆଯାଇଛିା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏମାନଙ୍କୁ ନିଯୁକ୍ତି ଦେଇଥିବା ବିଜୁ ମହିଳା ଜନତା ଦଳର ରାଜ୍ୟ ସଭାପତି ମୀନତି ବେହେରା ସୂଚନା ଦେଇଛନ୍ତିା

Comment