ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ଅନେକ କଳାକାର ଏମିତି ଅଛନ୍ତି ଯେଉଁମାନେ ପ୍ରଥମ ଫିଲ୍ମରୁ ହିଁ ଷ୍ଟାର ହୋଇଛନ୍ତି। ତା’ ପରେ ସିନେମାଜଗତରୁ କୁଆଡେ ଗାୟବ ହୋଇଯାଇଛନ୍ତି। ଏହି ମାନଙ୍କ ଭିତରେ ରହିଛନ୍ତି ‘ୟେ ଦିଲ ଆସିକାନା’ ଫିଲ୍ମର ଅଭିନେତ୍ରୀ ଜିବିଧା ଶର୍ମା। ୨୦୦୨ରେ ରିଲିଜ ହୋଇଥିବା ଏହି ଫିଲ୍ମ ସୁପରହିଟ ହୋଇଥିଲା। ଖାଲି ଫିଲ୍ମ ନୁହେଁ ଫିଲ୍ମର ଗୀତ ଗଡ଼ିକ ମଧ୍ୟ ବେଶ୍‌ ସୁପରହିଟ ହୋଇଥିଲା।

ଏହି ଫିଲ୍ମରେ ଜିବିଧା ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ କାଙ୍କ ବିପକ୍ଷରେ ଅଭିନେତା କରଣ ନାଥ ଅଭିନୟ କରିଥିଲେ।

ଫିଲ୍ମର ଗୀତ ‘ଉଠା ଲେ ଯାଉଁଗା’, ‘ୟେ ଦିଲ ଆସିକାନା’କୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ।

ହେଲେ ଏହି ଫିଲ୍ମରେ ବଲିଉଡରୁ ଅଚାନକ ଗାୟବ ହୋଇଯାଇଛନ୍ତି ଅଭିନେତ୍ରୀ। ଫିଲ୍ମ ହିଟ୍‌ ହେବା ପରେ ବି ସେ କାହିଁକି ଅନ୍ୟ ଫିଲ୍ମରେ ନଜର ଆସିଲେନି ସେନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠିଛି।

ତେବେ ଜିବିଧାଙ୍କ ପ୍ରଥମ ଫିଲ୍ମ ତାଲ ଥିଲା। ଏହି ଫିଲ୍ମରେ ଜିବିଧା ଐଶ୍ୱର୍ଯ୍ୟା ରାୟଙ୍କ ଭଉଣୀ ଚରିତ୍ରରେ ଅଭିନୟ କରିଥିଲେ। ସେ ସୋସିଆଲ ମିଡିଆରେ ବି ଖାସ୍‌ ଆକ୍ଟିଭ୍‌ ରହୁନାହାଁନ୍ତି।

Comment