ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀନଗର ଜମ୍ମୁ ହାଇୱେରେ ଏକ କାର୍‌ରେ ବିସ୍ଫୋରଣ ଘଟିଛି। ଘଟଣାସ୍ଥଳରୁ କାର୍‌ ଚାଳକ ଫେରାର ହୋଇଯାଇଛି। ଏହି ବିସ୍ଫୋରଣରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। ହେଲେ ଏହି ବିସ୍ଫୋରଣରେ ବଡ଼ ଧରଣର କ୍ଷତି ହେବାର ସମ୍ଭାବନରା ରହିଥିଲା କାରଣ ବିସ୍ଫୋରଣ ହେବା ସମୟରେ ସେହି ରାସ୍ତାରେ ସିଆରପିଏଫ୍‌ର ବସ୍‌ ଯାଉଥିଲା। ବସ୍‌ରେ ପାଖାପାଖି ୪୦ ଯବାନ ଥିଲେ।

ସୂଚନା ଅନୁସାରେ ଜମ୍ମୁ ଶ୍ରୀନଗର ହାଇୱେରେ କାର୍‌ଟି ଥିଲା। ସିଆରପିଏଫ୍‌ ଗାଡ଼ି କାର୍‌ ନିକଟତର ହେଲାବେଳେ କାର୍‌ଟିରେ ବିସ୍ଫୋରଣ ଘଟିଥିଲା। ଘଟଣାସ୍ଥଳରୁ ଗାଡ଼ି ଚାଳକ ନମିଳିବାରୁ ଏହା ଆତଙ୍କବଦୀଙ୍କ ଷଡ଼ଯନ୍ତ୍ର ବୋଲି ସନ୍ଦେହ କରାଯାଉଛି।

ପ୍ରାଥମିକ ତଦନ୍ତ ଅନୁସାରେ ଗ୍ୟାସ ସିଲିଣ୍ଡର ଯୋଗୁଁ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ବିସ୍ଫୋରଣରେ ସୁରକ୍ଷାକର୍ମୀଙ୍କ ଗାଡ଼ିରେ ସମାନ୍ୟତମ କ୍ଷତି ହୋଇଛି।

Comment