ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବି ଟାଉନରେ ଏବେ ଚର୍ଚ୍ଚାରେ ଗୋଟିଏ ଯୋଡ଼ି। ସେମାନେ ହେଲେ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନ୍‌ସ। ଉଭୟଙ୍କର ହଟ୍‌ ଓ ରୋମଣ୍ଟିକ ଫଟୋ ପାଇଁ ସୋସିଆଲ ମିଡିଆରେ ଦୁହେଁ ସବୁବେଳେ ଚର୍ଚ୍ଚାରେ। ହେଲେ ଏବେ ଆଉ ଏକ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହା ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ। ଖବରଟି ହେଲା ପ୍ରିୟଙ୍କା ଓ ନିକର ଛାଡ଼ପତ୍ର ହେବ। ତେବେ ଖବର କେତେଦୂର ସତ ବା ମିଛି ତାହା ସ୍ପଷ୍ଟ ହୋଇନାହିଁ।

ବିବାହର ମାତ୍ର ୪ ମାସ ପରେ ଉଭୟଙ୍କଯର ଛାଡ଼ପତ୍ର ହେବା ନେଇ ଚର୍ଚ୍ଚା ହେଉଛି। ଦୁହିଁଙ୍କ ଭିତରେ ଅନେକ ସମୟରେ ମତାନ୍ତର, ମନାନ୍ତର ହେଉଥିବା ଶୁଣିବାକୁ ମିଳୁଛି।ପ୍ରିୟଙ୍କା ଓ ନିକ୍‌ଙ୍କୁ ନେଇ ଆସିଥିବା ଏହି ଖବର ପ୍ରିୟଙ୍କା ଫ୍ୟାନ୍ସଙ୍କୁ ବେଶ୍‌ ଆଶ୍ଚର୍ଯ୍ୟ କରିଛି।

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ୨୦୧୮, ଡିସେମ୍ବର ୧ରେ ରେ ଆମେରିକା ଯୁବକ ତଥା ସିଙ୍ଗର ନିକ ଜୋନ୍‌ସଙ୍କୁ ବିବାହ କରିଥିଲେ। ତାଙ୍କର ବିବାହ ଯୋଧପୁରରେ ଅନୁଷ୍ଠିତ ହୋଇଥିଲା। ବିବାହ ପରେ ଉଭୟଙ୍କୁ ନେଇ ଅନେକ ମିଛ ଖବର ଆସୁଛି। ଏବେ ଦେଖିବାକୁ ବାକି ରହିଲା ବିବାହ ବିଚ୍ଛେଦ ଖବରକୁ ନେଇ ପ୍ରିୟଙ୍କା ଓ ନିକ୍‌ଙ୍କ ପରିବାର ଲୋକ କ’ ଣ ପ୍ରତିକ୍ରିୟା ଦେଉଛନ୍ତି।

Comment