ଓଡ଼ିଶାଲାଇଭ୍‌ ବ୍ୟୁରୋ

ନମୋ ଟିଭି ଲଞ୍ଚ ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ନୋଟିସ ପଠାଇ ଜବାବ ମାଗିଛନ୍ତି ନିର୍ବାଚନ ଆୟୋଗ। ଆଦର୍ଶ ଆଚରଣ ବିଧି ଲାଗୁ ଭିତରେ ମାର୍ଚ୍ଚ ୩୧ରେ  ନମୋ ଟିଭି ଲଞ୍ଚ ହୋଇଥିଲା।

ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ  ଭାଷଣ ଦେଖାଯାଇଥିଲା। ଟିଭି ଲଞ୍ଚ ନେଇ ନିର୍ବାଚନ ଆୟୋଗଙ୍କ ଦ୍ଵାରସ୍ତ ହୋଇଥିଲେ କଂଗ୍ରେସ ଓ ଆପ୍‌। କଂଗ୍ରେସ ଓ ଆପ୍‌ର ଅଭିଯୋଗ କ୍ରମେ ନମୋ ଟିଭି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିର ପ୍ରଚାର କରୁଛି। ଏହି ଅଭିଯୋଗକୁ ଭିତ୍ତି କରି ନିର୍ବାଚନ ପୂର୍ବରୁ ଟିଭି ଲଞ୍ଚ ନେଇ ପ୍ରଶ୍ନ ଉଠାଇଛନ୍ତି ନିର୍ବାଚନ ଆୟୋଗ।

ସେଥିପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ନୋଟିସ୍‌ ପଠାଇ ଜବାବ ମାଗିଛନ୍ତି ନିର୍ବାଚନ ଆୟୋଗ।

ଦୂରଦର୍ଶନକୁ ବି ନୋଟିସ୍‌ ଜାରି

ଦୂରଦର୍ଶନକୁ ନିର୍ବାଚନ କମିଶନ ନୋଟିସ୍‌ ଜାରି କରିଛନ୍ତି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମ ‘ମେ ଭି ଚୌକିଦାର’ର ପ୍ରସାରଣ ନେଇ ଦୂରଦର୍ଶନକୁ ନୋଟିସ୍‌ ଜାରି ହୋଇଛି।

ମାର୍ଚ୍ଚ ୩୧ରେ ଦେଢ଼ ଘଣ୍ଟା ଧରି ଏହି କାର୍ଯ୍ୟକୁ ପ୍ରସାରଣ କରିଥିଲା ଦୂରଦର୍ଶନ। ବିଜେପିର ‘ମେ ଭି ଚୌକିଦାର’ କାର୍ଯ୍ୟକ୍ରମ ମାର୍ଚ୍ଚ ୩୧ରେ ଦିଲ୍ଲୀର ତାଳକୋଟ୍ରା ଷ୍ଟାଡିୟମରେ ହୋଇଥିଲା। ଏହାର ପ୍ରସାରଣ ରେଡିଓ, ଟିଭି, ସୋସିଆଲ ମିଡିଆରେ ହୋଇଥିଲା।

Comment