ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସିଲା ୫-ଜି  ଜମାନା। ସାରା ବିଶ୍ୱରେ ଦକ୍ଷିଣ କୋରିଆ ପ୍ରଥମ ଦେଶ ଭାବେ ୫-ଜି ସେବା ଆରମ୍ଭ କରିଛି। ୫-ଜି ସେବା ପ୍ରଥମେ ଆରମ୍ଭ କରିବା ପାଇଁ ଦକ୍ଷିଣ କୋରିଆ, ଚୀନ ଏବଂ ଆମେରିକା ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଥିଲା। ଅପ୍ରେଲ ୧୧ରେ ଆମେରିକା ୫-ଜି ସେବା ଆରମ୍ଭ କରୁଥିବା ବେଳେ ଦକ୍ଷିଣ କୋରିଆ ବୁଧବାର ଲଞ୍ଚ କରି ପ୍ରଥମ ୫-ଜି ଦେଶର ମାନ୍ୟତା ପାଇଛି।

ଦକ୍ଷିଣ କୋରିଆର ଆଗ ଧାଡ଼ିର ୩ଟି ଟେଲିକମ କମ୍ପାନି ୫-ଜି ସେବା ପ୍ରଦାନ କରୁଛନ୍ତି।  ଦକ୍ଷିଣ କୋରିଆ ନିଜ ଘରୋଇ ସ୍ମାର୍ଟଫୋନ୍‌ କମ୍ପାନି ‘ସାମସଙ୍ଗ’ରେ ଏହି ସେବା ଆରମ୍ଭ କରିଛି। ୫-ଜି ସେବା ସହିତ ଏହି ଫୋନ୍‌ର ମୂଲ୍ୟ ୨ ହଜାର ଡଲାର ରହିଛି।

୫-ଜି ସେବା ଆରମ୍ଭ ଦ୍ୱାରା ଦେଶରେ ଦକ୍ଷିଣ କୋରିଆ ଟେକ୍ନୋଲୋଜି କ୍ଷେତ୍ରରେ ଆହୁରି ଅଗ୍ରଗତି କରିବା ନେଇ ବୈଜ୍ଞାନିକମାନେ ଆଶା କରିଛନ୍ତି। ସ୍ମାର୍ଟ ସିଟି, ଚାଳକ ବିହୀନ କାର ଭଳି କାର୍ଯ୍ୟକାରୀ ହେବାର ଲକ୍ଷ୍ୟ ରଖାଯାଇଛି।

ତେବେ ଆସନ୍ତା ବର୍ଷରେ ଭାରତରେ ୫-ଜି ଲଞ୍ଚ କରାଯିବା ନେଇ ଆଶା କରାଯାଉଛି। ୨୦୧୯ ଜୁଲାଇରୁ ଅଗଷ୍ଟ ମାଦ ମଧ୍ୟଣେ ଭାରତରେ ଲଞ୍ଚ ହୋଇପାରେ ୫-ଜି ସେବା।

Comment