ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।

ଆଜି କୋରାପୁଟ, ମାଲକାନଗିରିରେ ନିର୍ବାଚନ ପ୍ରଚାର କରିବେ ନବୀନ

୨୦୧୯ ନିର୍ବାଚନ ପାଇଁ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହାଇଟେକ୍‌ ପ୍ରଚାର କରିବେ। ହାଇଟେକ୍‌ ବସ୍‌ରେ ଯାଇ କୋରାପୁଟରେ କରିବେ ପ୍ରଚାର। ଅବିଭକ୍ତ କୋରାପୁଟ ଯାଇ ନବୀନ ୪ଟି ସାଧାରଣ ସଭାରେ ଉଦ୍‌ବୋଧନ ଦେବେ। ଏହାସହ ଜୟପୁରରେ ରୋଡ ସୋ’ କରିବେ। ଜୟପୁର ପରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ମାଲକାନଗିରି ଯିବେ। ସେଠାରୁ ସଭା ସାରି ପଟ୍ଟାଙ୍ଗାରେ ସାଧାରଣ ସଭାରେ ଉଦ୍‌ବୋଧନ ଦେବେ। ପରେ ଲଷ୍ମୀପୁର ଯାଇ ସାଧାରଣ ଲୋକଙ୍କୁ ସମ୍ବୋଧିତ କରିବେ ନବୀନ। ଅପରାହ୍ନ ୩ଟାରେ କୋରାପୁଟର ଡୁମୁରୀପୁଟଠାରେ ନବୀନ ପ୍ରଚାର ସଭା କରିବେ। ପରେ ଜୟପୁରରେ ରହିଛି ମୁଖ୍ୟମନ୍ତ୍ରୀଙ୍କ ସାଧାରଣ ସଭା କାର୍ଯ୍ୟକ୍ରମ।

ତୃତୀୟ ପର୍ଯ୍ୟାୟ ନିର୍ବାଚନ –  ପ୍ରାର୍ଥିପତ୍ର ଦାଖଲ କଲେ ୪୬୮ ପ୍ରାର୍ଥିୀ

ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ମାର୍ଚ୍ଚ ୨୮ରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୬ଟି ଲୋକସଭା ୪୨ଟି ବିଧାନସଭା ଆସନରେ ମତଦାନ ହେବ। ଶେଷ ଦିନରେ ବିଧାନସଭା ଆସନ ପାଇଁ ୧୮୬ ପ୍ରାର୍ଥିପତ୍ର ଭରିଥିବା ବେଳେ ଲୋକସଭା ଆସନ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ୪୨ଟି ବିଧାନସଭା ଆସନ ପାଇଁ ମୋଟ ୩୯୯ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ୬ଟି ଲୋକସଭା ଆସନ ପାଇଁ ୬୯ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ଏପ୍ରିଲ ୭ରେ ଓଡ଼ିଶା ଆସିବେ ଅମିତ ଶାହ

ତିନି ପ୍ରମୁଖ ଦଳ (ବିଜେଡି, ବିଜେପି, କଂଗ୍ରେସ) ପ୍ରଚାରକୁ ଜୋର ସୋର କରିଛନ୍ତି। ବିଜେପିର ବହୁ ହେଭିୱେଟ୍‌ ନେତା ଓଡ଼ିଶାରେ ପ୍ରଚାର କରୁଛନ୍ତି। ଏପ୍ରିଲ ୭ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ନିର୍ବାଚନୀ ପ୍ରଚାର ଲାଗି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗୋଟିଏ ସପ୍ତାହରେ ପରେ ଅମିତ ଶାହା ଓଡ଼ିଶାକୁ ପୁଣିଥରେ ଗସ୍ତ କରୁଛନ୍ତି। ଏହି ଗସ୍ତ ସମୟରେ ଶାହ ବରଗଡ଼ ଓ ପୋଲସରାରେ ହେବାକୁ ଥିବା ଜନସଭାକୁ ସମ୍ବୋଧିତ କରିବେ। ଏ ନେଇ ବିଜେପି ରାଜ୍ୟ ସମ୍ପାଦକ ଜତୀନ ମହାନ୍ତି ସୂଚନା ଦେଇଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶିବରାଜ ସିଂ ଚୌହନ, ରଘୁବର ଦାଶଙ୍କ ପରି ବରିଷ୍ଠ ନେତା ଆସି ଓଡ଼ିଶାରେ ବିଜେପି ଲାଗି ପ୍ରଚାର କରିଛନ୍ତି।

ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

ଗଞ୍ଜାମର ଶ୍ୟାମବାବୁ ସୁବୁଦ୍ଧି: ବୟସ ୮୪, ୬୨ ବର୍ଷ ମଧ୍ୟରେ ୨୮ ଥର ପ୍ରାର୍ଥୀ

ଖଣ୍ଡପଡ଼ାରେ ଏଥର ଖାତା ଖୋଲି ପାରିବେ କି ସୌମ୍ୟରଞ୍ଜନ?

ଦିଲ୍ଲୀପ ରାୟ କୌଣସି ଦଳରେ ଯୋଗ ଦେବେ ନାହିଁ କାହିଁକି?

ଓଡ଼ିଶା ଲୋକସଭା ନିର୍ବାଚନ – ବିଜେଡି ୭, ବିଜେପି ୧୩, କଂଗ୍ରେସ ୧!

ଏଥର ମହିଳା ବ୍ରିଗେଡକୁ ମିଳିଲାନି ଟିକେଟ

ମୁଁ ବ୍ରହ୍ମଗିରିର ଝିଅ – ଉପାସନା

ରେଢାଖୋଲରେ ତ୍ରିମୁଖୀ ଲଢେଇ, ଫାଇଦାରେ ବିଜେଡି

Comment