ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ତିନି ପ୍ରମୁଖ ଦଳ (ବିଜେଡି, ବିଜେପି, କଂଗ୍ରେସ) ପ୍ରଚାରକୁ ଜୋର ସୋର କରିଛନ୍ତି। ବିଜେପିର ବହୁ ହେଭିୱେଟ୍‌ ନେତା ଓଡ଼ିଶାରେ ପ୍ରଚାର କରୁଛନ୍ତି।

ଏପ୍ରିଲ ୭ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ନିର୍ବାଚନୀ ପ୍ରଚାର ଲାଗି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗୋଟିଏ ସପ୍ତାହରେ ପରେ ଅମିତ ଶାହା ଓଡ଼ିଶାକୁ ପୁଣିଥରେ ଗସ୍ତ କରୁଛନ୍ତି।

ଏହି ଗସ୍ତ ସମୟରେ ଶାହ ବରଗଡ଼ ଓ ପୋଲସରାରେ ହେବାକୁ ଥିବା ଜନସଭାକୁ ସମ୍ବୋଧିତ କରିବେ। ଏ ନେଇ ବିଜେପି ରାଜ୍ୟ ସମ୍ପାଦକ ଜତୀନ ମହାନ୍ତି ସୂଚନା ଦେଇଛନ୍ତି।

ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶିବରାଜ ସିଂ ଚୌହନ, ରଘୁବର ଦାଶଙ୍କ ପରି ବରିଷ୍ଠ ନେତା ଆସି ଓଡ଼ିଶାରେ ବିଜେପି ଲାଗି ପ୍ରଚାର କରିସାରିଛନ୍ତି।

ବିଜେପି ୨୦୧୯ ନିର୍ବାଚନରେ ୧୨୦ ପ୍ଲସ ମିଶନକୁ ସଫଳ କରିବା ଲାଗି ବଭିନ୍ନ ରଣନୀତି ଆପଣାଉଛି। ତେବେ ଦେଖିବାକୁ ବାକି ରହିଲା ଏଥର ଜନମତ କାହା ସପକ୍ଷରେ ଯିବ।

Comment