ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

‘‘ମୁଁ ଲୁଲୁ ମହାପାତ୍ରଙ୍କ ଝିଅ। ମୁଁ ହେଉଛି ବ୍ରହ୍ମଗିରିର ଝିଅ। ଏହା ହିଁ ହେଉଛି ମୋର ପରିଚୟ’’, କହିଛନ୍ତି ଉପାସନା ମହାପାତ୍ରା

ବ୍ରହ୍ମଗିରି ବିଧାନସଭା ଆସନ ପାଇଁ ବୁଧବାର ଦିନ ପୁରୀ ଉପ-ଜିଲ୍ଲାପାଳଙ୍କ ଅଫିସରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ ବିଜେପି ପ୍ରାର୍ଥୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରା ଲଳିତେନ୍ଦୁ ହେଉଛନ୍ତି ସ୍ୱର୍ଗତ ଲଲୁ ମହାପାତ୍ରଙ୍କ ଭାଇ। ଏହି ପ୍ରାର୍ଥିପତ୍ର ଦାଖଲ ବେଳେ ବ୍ରହ୍ମଗିରିରୁ ପୁରୀ ଆଭିମୁଖେ ଆସିଥିଲା ବିଶାଳ ଶୋଭାଯାତ୍ରା। ଏଥିରେ ସାମିଲ ହୋଇଥିଲେ ଲୁଲୁଙ୍କ ଝିଅ ଉପାସନା।

ଉପାସନା କହିଥିଲେ, ‘‘ଏଥର ବ୍ରହ୍ମଗିରିରେ ହେବ ବିଗ୍ ଫାଇଟ୍। ଓଡ଼ିଶାର ସ୍ୱାର୍ଥ ରକ୍ଷା ଏବଂ ବାବାଙ୍କ ଅଧୁରା ସ୍ୱପ୍ନ ପୂରଣ ପାଇଁ ଲଢ଼େଇ ଚାଲିଛିା ବ୍ରହ୍ମଗିରିବାସୀ ଆମ ସହିତ ଅଛନ୍ତିା ଆଜିର ବିଶାଳା ଶୋଭାଯାତ୍ରା ହେଉଛି ଏହାର ପ୍ରମାଣା ବ୍ରହ୍ମଗିରିବାସୀଙ୍କ ସହ ଓଡ଼ିଶାବାସୀ ଚାହୁଁଛନ୍ତି ପରିବର୍ତ୍ତନା’’

‘‘ଆମେ ଲୋକଙ୍କ ସହିତ ରହିଥିଲୁା ଆଗକୁ ମଧ୍ୟ ରହିବୁା ସତ୍ୟର ଜୟ ନିଶ୍ଚିତ’’, କହିଥିଲେ ଉପାସନା।

ପ୍ରାର୍ଥିପତ୍ର ଦାଖଲ ଶୋଭାଯାତ୍ରାରେ ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଏବଂ ପୁରୀ ବିଧାନସଭା ଆସନ ପ୍ରାର୍ଥୀ ନିଲୁ ଷଡ଼ଙ୍ଗୀ ପ୍ରମୁଖ ସାମିଲ ହୋଇଥିଲୋ

ଲୁଲୁ ମହାପାତ୍ର ଥିଲେ କଂଗ୍ରେସର ଟାଣୁଆ ନେତା। ଲୁଲୁଙ୍କ ଦେହାନ୍ତ ପରେ ତାଙ୍କ ପରିବାର ପଦ୍ମ ଧରିଥିଲୋ ଏଥର ବିଜେପି ଲୁଲୁଙ୍କ ଭାଇ ଲଳିତେନ୍ଦୁଙ୍କୁ ବ୍ରହ୍ମଗିରି ଆସନ ପାଇଁ ଟିକେଟ ଦେଇଛିା ଲୁଲୁଙ୍କ ଝିଅ ଉପାସନା ଦାଦା ଲଳିତେନ୍ଦୁଙ୍କ ପ୍ରଚାରରେ ଆଗରେ ରହୁଛନ୍ତିା

ଲଳିତେନ୍ଦୁଙ୍କ ବିପକ୍ଷରେ ବିଜେଡି ସଞ୍ଜୟ ଦାସବର୍ମାଙ୍କୁ ପ୍ରାର୍ଥୀ କରିଛିା ସଞ୍ଜୟ ଏହି ଆସନରୁ ଲଗାତର ଦୁଇ ଥର ନିର୍ବାଚନ ଜିତି ଆସୁଛନ୍ତିା ଏଥର ଦାସବର୍ମା ଏବଂ ଲଳିତେନ୍ଦୁଙ୍କ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛିା

Comment