ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ


ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୬୮ ପ୍ରତିଶତ ଭୋଟ ପଡ଼ିଥିବା ଆକଳନ କରାଯାଇଛି। ଗୁରୁବାର ୪ ଲୋକସଭା ଓ ୨୮ ବିଧାନସଭା ଆସନ ପାଇଁ  ଭୋଟ ଗ୍ରହଣ କରାଯାଇଥିଲା। ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ ସନ୍ଧ୍ୟା ୫ଟା ସୁଦ୍ଧା ୬୬ ପ୍ରତିଶତ ଲୋକେ ଭୋଟ ଦେଇଥିଲେ। ଯଦି ଶେଷ ପର୍ଯ୍ୟନ୍ତ ଚାଲିଥିବା ଭୋଟଦାନକୁ ହିସାବକୁ ନିଆଯାଏ, ୬୮ ପ୍ରତିଶତ ଭୋଟ ନିଶ୍ଚିତରେ ପଡିଥିବ।

୨୦୧୪ ତୁଳନାରେ ଏହା ପ୍ରାୟ ୬ ପ୍ରତିଶତ କମ। ୨୦୧୪ ନିର୍ବାଚନରେ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଏହିସବୁ ଲୋକସଭା ଓ  ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯାଇଥିଲା। ଅନୁମାନ କରାଯାଉଛି ଯେ କମ ଭୋଟ ଦାନ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିପାରେ।

ତେବେ ଆଜିର ଭୋଟରେ କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ଆସନ ଅନ୍ତର୍ଗତ ଭୋଟ କେନ୍ଦ୍ର ନିକଟରେ ମତଦାତାଙ୍କ  ଭିଡ଼ ପରିଲକ୍ଷିତ ହୋଇଥିଲା। ବିଶେଷ କରି ବ୍ରହ୍ମପୁର ସହରରେ ବହୁ ଲୋକ ଭୋଟ ଦେବାକୁ ଯାଇଥିଲେ।

ଯଦି ବିଗତ ନିର୍ବାଚନର ଧାରାକୁ ଲକ୍ଷ୍ୟ କରାଯାଏ, ଗୋଟିଏ କଥା ସ୍ପଷ୍ଟ ହେବ ଯେ ଯେତେ ଅଧିକ ଭୋଟଦାନ ହୁଏ ଭୋଟ ଫଳ ସେତେ ନିର୍ଣ୍ଣାୟକ ହୋଇଥାଏ। ଅବଶ୍ୟ ଅଧିକ ଭୋଟ ପଡ଼ିବାର ଅର୍ଥ ନୁହେଁ କୌଣସି ଏକ ନିର୍ଦ୍ଦିଷ୍ଟ ଦଳ ପ୍ରତି ଭୋଟରଙ୍କ ସମର୍ଥନ ରହିଛି ଅଥବା ବିରୋଧ ରହିଛି। ଏହାର ଅର୍ଥ ଲୋକେ ସ୍ପଷ୍ଟ ଭାବରେ ସେମାନଙ୍କର ମତ ଦେଇଛନ୍ତି। ଏଣୁ ଆଜିର ଭୋଟଦାନରେ ହୁଏତ ଶାସକ ବିଜେଡିକୁ ପୂରା ଫାଇଦା ହୋଇପାରେ କିମ୍ବା ବିଜେପିକୁ ଲାଭ ହୋଇପାରେ।

Comment