ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ

ରାଜ୍ୟରେ ସକାଳ ୯ଟା ସୁଦ୍ଧା ୭ ପ୍ରତିଶତ ମତଦାନ

ରାଜ୍ୟରେ ସକାଳ ୯ଟା ସୁଦ୍ଧା ୭ ପ୍ରତିଶତ ମତଦାନ ହୋଇଛି। ଏନେଇ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରାଥମିକ ସୂଚନା ମିଳିଛି। ରାଜ୍ୟ ନିର୍ବାଚନରେ ଗୁରୁବାର ପ୍ରଥମ ପର୍ଯ୍ୟାୟରେ ୨୮ଟି ବିଧାନସଭା ଓ ୪ଟି ଲୋକସଭା ଆସନ ପାଇଁ ମତଦାନ ଜାରି ରହିଛି। ପାଖାପାଖି ୭ ହଜାର ବୁଥ୍‌ରେ ମତଦାନ ହୋଇଛି।

ମୁଖ୍ୟମନ୍ତ୍ରୀଙ୍କ ଫୋକସ ପଶ୍ଚିମ –  ଆଜି କନ୍ଧମାଳ,ସୋନପୁର,ବୌଦ୍ଧ ଜିଲ୍ଲା ଗସ୍ତ କରିବେ ନବୀନ

ଆଜି ୪ଲୋକସଭା ଓ ୨୮ ବିଧାନସଭା ଆସନ ଲାଗି ମତଦାନ ଚାଲିଛି। ଅନ୍ୟପଟେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମାରାଥନ ପ୍ରଚାର ଆରମ୍ଭ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ, ସୋନପୁର, ବୌଦ୍ଧ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ନବୀନ ଆୟୋଜିତ ହେବାକୁ ଥିବା ବିଭିନ୍ନ ରୋଡ ସୋରରେ ଯୋଗ ଦେବେ।

ଭୋଟ ଦେଲେ ବ୍ରହ୍ମପୁର ବିଜେଡି ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା

ବ୍ରହ୍ମପୁର ବିଜେଡି ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା ମତଦାନ ଦେଇଛନ୍ତି। ବ୍ରହ୍ମପୁର ମେଡିକାଲ କ୍ୟାମ୍ପସ ସରକାରୀ ସ୍କୁଲର ୧୬୮ ବୁଥ୍‌ରେ ଭୋଟ୍‌ ଦେଇଛନ୍ତି ବିକ୍ରମ ପଣ୍ଡା।

ଭୋଟ ଦେଲେ ବସନ୍ତ ପଣ୍ଡା

କଳହାଣ୍ଡି ଲୋକସଭା ଆସନ ଲାଗି ବିଜେପିର ପ୍ରାର୍ଥୀ ଥିବା ବସନ୍ତ ପଣ୍ଡା ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ସେ ସକାଳୁ ସକାଳୁ ଆସି ଭୋଟ ଦେଇଛନ୍ତି। ଭୋଟ ଦେବାପରେ ସମସ୍ତେ ଗଣତନ୍ତ୍ରର ଏହି ଉତ୍ସବରେ ସାମିଲ ହୋଇ ଭୋଟ ଦିଅନ୍ତୁ ବୋଲି ଅପିଲ କରିଛନ୍ତି।

ଇଭିଏମ୍ ଅଚଳ – ଭୋଟ୍ ନ ଦେଇ ଫେରିଗଲେ ଭୋଟର୍

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସକାଳ ୭ରୁ ମତଦାନ ଆରମ୍ଭ ହୋଇଯାଇଛି। କିନ୍ତୁ ଇଭିଏମ୍‌ରେ ଯାନ୍ତ୍ରିକ ତୃଟି ଦେଖାଦେଇଥିବାରୁ ବିଭିନ୍ନ ସ୍ଥାନରେ ଭୋଟରମାନେ ଭୋଟ୍ ନ ଦେଇ ଫେରିଯାଇଛନ୍ତି। ଜୁନାଗଡ଼ର କୁହୁରା ଓ କଣ୍ଟାମାଳ ବୁଥ୍‌ରେ ଭିଭିପାଟ ଅଚଳ ହୋଇପଡ଼ିଥିଲା। ଫଳରେ ମତଦାନ ପାଇଁ ଭୋଟରମାନେ ଧାଡ଼ିରେ ଠିଆ ହୋଇ ରହିଥିଲେ। ଅଚଳ ଉଭିଏମ୍‌ ସଜଡ଼ାରେ ବିଳମ୍ବ ଯୋଗୁଁ ଫେରିଗଲେ ଭୋଟର୍‌।

 

ଆର୍‌ଏସ୍‌ଏସ୍‌ ପ୍ରମୁଖ ମୋହନ ଭାଗବତ  ଭୋଟ ଦେଇଛନ୍ତି। ତାଙ୍କ ସହିତ ଭୟାଜୀ ଜୋଶୀ ମଧ୍ୟ ମତଦାନ କରିଛନ୍ତି। ମହାରାଷ୍ଟ୍ରର ନାଗପୁର ଲୋକସଭା କ୍ଷେତ୍ରରେ ଭୋଟ ଦେଇଛନ୍ତି ମୋହନ ଭାଗବତ।

ଆଜି ବହୁ କେନ୍ଦ୍ର ମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା

୨୦୧୯ ସାଧାରଣ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଆଜି ଅନେକ କେନ୍ଦ୍ର ମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା ହେବ। ଏହି ପର୍ଯ୍ୟାୟରେ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ଭିତରେ ରୋମାଞ୍ଚକର ଟକ୍କର ହେବ ବୋଲି ଜଣାପଡ଼ିଛି। କେବଳ କେନ୍ଦ୍ର ମନ୍ତ୍ରୀ ନୁହନ୍ତି ବିଭିନ୍ନ ଦଳର ତୁଙ୍ଗ ନେତାମାନେ ବି ସେମାନଙ୍କ ଭାଗ୍ୟ ପରୀକ୍ଷା ହେବ।

 

ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

ବ୍ରହ୍ମପୁର – ଗୁରୁବାର ହେବ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

କେନ୍ଦ୍ରାପଡ଼ାରେ ଅନୁଭବ-ବୈଜୟନ୍ତ ଲଢ଼େଇ : ଜାଣନ୍ତୁ କାହାର କେତେ ସମ୍ପତ୍ତି?

ବିଜେଡି-ବିଜେପି ପାଇଁ ‘କର ବା ମର’ ପରିସ୍ଥିତି

ମୁଁ ଦୁଇ ମା’ଙ୍କ ପାଇଁ ପ୍ରଚାର କରୁଛି – ବାବୁସାନ

ରହିଛି ରହିବି ବିଜେଡି ପାଇଁ – ଅରିନ୍ଦମ

LEAVE A REPLY

Please enter your comment!
Please enter your name here