ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଗୋଟିଏ ପଟେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ଜାରି ରହିଥିବା ବେଳେ ଅନ୍ୟପଟେ କଂଗ୍ରେସର କନ୍ଦଳ ଶେଷ ହେଉନି। ଦଳରୁ ଅସନ୍ତୁଷ୍ଟ ହୋଇ ଆଉଜଣେ ନେତ୍ରୀ ଆଜି ଇସ୍ତଫା ଦେଇଛନ୍ତି।

କଂଗ୍ରେସ ମୁଖପାତ୍ର ସୋନାଲି ସାହୁ ଆଜି ଦଳରୁ ଇସ୍ତଫା ଦେବା ସହିତ ପିସିସି ସଭାପତିଙ୍କ ପାଖକୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ଟିକେଟ ଘୋଷଣାକୁ ନେଇ ସୋନାଲି ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଥିଲା।

ସୋନାଲି ଖୋର୍ଦ୍ଧା ବିଧାନସଭା ଆସନ ଲାଗି ଆଶାୟୀ ଥିବା ଚର୍ଚ୍ଚା ହେଉଥିଲା ମାତ୍ର ଦଳ ସେଠାରୁ ଅନ୍ୟଜଣଙ୍କୁ ଟିକେଟ ଦେବାରୁ ସେ ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ିଛନ୍ତି। ସୋନାଲିଙ୍କ ଆଗାମୀ ପଦକ୍ଷେପ କ’ଣ ହେବ ସେନେଇ ସେ କିଛି ସ୍ପଷ୍ଟ କରିନାହାନ୍ତି।

Comment