ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର ୧୫ଟି ବୁଥରେ ଆଜି ଭୋଟିଂ ହୋଇନି। ପୋଲିଂ ପାର୍ଟି ସକାଳୁ ଭୋଟରଙ୍କୁ ଅପେକ୍ଷା କରି ରହିଥିଲେ ମଧ୍ୟ କୌଣସି ଭୋଟର ଭୋଟ ଦେବାକୁ ଆସି ନଥିଲେ।

ମାଓ ପ୍ରବଣ ଅଞ୍ଚଳରେ ଅପରାହ୍ଣ ୪ଟା ଯାଏଁ ଭୋଟ ଗ୍ରହଣ କରାଯିବ ବୋଲି ନିର୍ବାଚନ କମିଶନ ସମୟ ନିର୍ଦ୍ଧାରଣ କରିଥିଲେ। ନିର୍ଦ୍ଧାରିତ ସମୟ ଭିତରେ କୌଣସି ଭୋଟର ଭୋଟ ଦେବାକୁ ନଆସିବାରୁ ପୋଲିଂ ପାର୍ଟି ଫେରି ଆସିଛନ୍ତି।

କୁନ୍ତୁରପଦର ପୋଲିସ କ୍ୟାମ୍ପରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୋଲିଂ ପାର୍ଟି ଫେରି ଆସିଥିବା ଜଣାପଡ଼ିଛି।

ମାଓବାଦୀଙ୍କ ଭୟରେ ସ୍ୱାଭିମାନ ଅଞ୍ଚଳର ଲୋକେ ଭୋଟ ଦେବାକୁ ଆସି ନଥିବା କୁହାଯାଉଛି।

ଏ ସମ୍ପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି, ‘‘ଆମ ପାଖରେ ବର୍ତ୍ତମାନ ସୁଦ୍ଧା କୌଣସି ଖବର ପହଞ୍ଚିନି। ପୋଲିଂ ପାର୍ଟି ଫେରିବା ପରେ ହିଁ ସବୁକିଛି ସ୍ପଷ୍ଟ ହେବ।’’

Comment