ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।
ଫୋକସ୍ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ – ମିଶନ ସାଉଥ୍ରେ ମୋଦି ,ରାହୁଲ
ପ୍ରଥମ ପର୍ଯ୍ୟାୟ ମତଦାନ ଗୁରୁବାର ଶେଷ ହୋଇଥିଲାବେଳେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଲାଗି ରାଜନୈତିକ ଦଳମାନେ ପ୍ରଚାର ଜୋର କରିଛନ୍ତି। ସମସ୍ତଙ୍କ ନଜର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଉପରେ ରହିଛି। ସାରାଦେଶରେ ଏପ୍ରିଲ ୧୮ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ଆଜି ମିଶନ ସାଉଥ୍ରେ ଅଛନ୍ତି। ମୋଦି ଆଜି କେରଳରେ ସଭା କରିବେ। ମୋଦି ସଭାପରେ କେରଳରେ ଆଜି ରାତ୍ରି ଯାପନ କରିବେ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲଙ୍ଘନର ଅଭିଯୋଗ
ମହାରାଷ୍ଟ୍ରର ସ୍ଥାନୀୟ ନିର୍ବାଚନ ଅଧିକାରୀ ନିର୍ବାଚନ ଆୟୋଗଙ୍କୁ ଅଭିଯୋଗ କରିଛନ୍ତିକି , “ପ୍ରଥମ ଥର ଭୋଟ ଦେବାକୁ ଯାଉଥିବା ଭୋଟରଙ୍କୁ ବାଲାକୋଟରେ ହୋଇଥିବା ଏୟାର ଷ୍ଟ୍ରାଇକ୍ ନାଁରେ ନିଜ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ଅପିଲ୍ କରୁଛନ୍ତି। ଯାହା ନିର୍ବାଚନ ଆଚାରଣ ବିଧିର ଉଲଘଂନ।”
ନବୀନଙ୍କ ମାରାଥନ ରୋଡ ସୋ
ବିଜେଡିର ଷ୍ଟାର ପ୍ରଚାରକ ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁଥିବା ୫ଲୋକସଭା ଓ ୩୫ ବିଧାନସଭା ମତଦାନ ଲାଗି ପ୍ରଚାର ଜୋର କରିଛନ୍ତି। ଆସ୍କା ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାନଖେମୁଣ୍ଡି, ହିଞ୍ଜିଳିରେ ରୋଡ ସୋ କରୁଛନ୍ତି ନବୀନ ପଟ୍ଟନାୟକ।
ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍ ଖବର – କ୍ଲିକ୍ କରନ୍ତୁ




















