ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ଅନେକ ସମୟରେ ଅନେକ କଥା ଉଠିଥାଏ। ବିରୋଧୀ ବି ଏହାକୁ ନେଇ ସ୍ମୃତିଙ୍କୁ ନେଇ ଟାର୍ଗେଟ କରିଥାନ୍ତି ବିଶେଷକରି ନିର୍ବାଚନ ସମୟ ଆସିଲେ।

ପ୍ରତିଥର ପରି ଏଥର ବି ସ୍ମୃତି ଯେତେବେଳେ ଆମେଥୀ ଲାଗି ପ୍ରାର୍ଥିପତ୍ର ଦାଖଲ କରିଥିଲେ ସେଥିରେ ସେ ନିଜ ଶିକ୍ଷାଗତ ଯୋଗ୍ୟତା ବାବଦରେ କହିଛନ୍ତି।

ସ୍ମୃତି ପ୍ରାର୍ଥିପତ୍ର ଦାଖଲ ସମୟରେ ଉଲ୍ଲେଖ କରିଛନ୍ତି କି, “୧୯୯୧ରେ ସେ ମାଟ୍ରିକ ପାସ କରିଥିଲେ ଓ ୧୯୯୩ ରେ ସେ ଇଣ୍ଟରମିଡିଏଟ୍ ପାସ କରିଛନ୍ତି ।” ଏହା ପରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ସ୍କୁଲ ଅଫ୍ ଓପନ୍ ଲର୍ଣ୍ଣିଂରେ ୧୯୯୪ ରେ ବିକମ୍ ରେ ଆଡମିଶନ କରିଥିଲେ ମାତ୍ର ତାହାକୁ ସେ ଶେଷ କରିନାହାନ୍ତି। ତେବେ ଏବେ ପ୍ରଶ୍ନ ଉଠୁଛି କଣ ସ୍ମୃତି ଇରାନୀ ପୂର୍ବରୁ ନିଜ ଶିକ୍ଷାଗତ ଯୋଗତ୍ୟାକୁ ନେଇ ଏହି ଡିଟେଲ୍ସ ଦେଇଥିଲେ। ଆସନ୍ତୁ ଏହା ଉପରେ ନଜର ପକାଇବା

ବର୍ଷ ୨୦୧୭

ସ୍ମୃତି ଇରାନୀ ୨୦୧୭ ରାଜ୍ୟ ସଭା ନିର୍ବାଚନ ବେଳେ ଦେଇଥିବା ସୂଚନାନୁସାରେ କହିଥିଲେ ସେ ଗ୍ରାଜୁଏସନର ପାଠ୍ୟକ୍ରମ ଶେଷ କରିନାହାନ୍ତି। ଏହାସହିତ ସେ କହିଥିଲେ କି ସେ ବିକମର ପ୍ରଥମ ବର୍ଷ ପାଠ୍ୟକ୍ରମ ସେ ଶେଷ କରିଛନ୍ତି।

ବର୍ଷ ୨୦୧୪

୨୦୧୪ ଲୋକସଭା ନିର୍ବାଚନ ବେଳେ ଆମେଥୀରେ ପ୍ରାର୍ଥିପତ୍ର ଦାଖଲ ବେଳେ ସ୍ମୃତି ନିଜ ଶିକ୍ଷାଗତ ଯୋଗ୍ୟତାର ବିବରଣୀ ଦେଇଥିଲେ। ସେଥିରେ ବି ସେ କହିଥିଲେ ସେ ୧୯୯୪ ରେ ବିକମର ପ୍ରଥମ ବର୍ଷ ପାଠ୍ୟକ୍ରମ ଶେଷ କରିଛନ୍ତି ମାତ୍ର ତା ଆଗକୁ ଆଉ ପାଠ୍ୟକ୍ରମ ଶେଷ କରିନାହାନ୍ତି।

ଉପରୋକ୍ତ ତଥ୍ୟରୁ ଗୋଟିଏ କଥା ସ୍ପଷ୍ଟ କି ସ୍ମୃତି ଇଣ୍ଟରମିଡିଏଟ୍ ପାସ୍ କରିଛନ୍ତି। ଏହାପରେ ସେ ବିକମ ଲାଗି ଆଡମିଶନ ନେଇଛନ୍ତି। କିନ୍ତୁ ପ୍ରଥମ ବର୍ଷ ପାଠ୍ୟକ୍ରମ ପରେ ସେ ଆଉ ଆଗକୁ ପଢ଼ିନାହାନ୍ତି।

Comment